• Fri. Feb 27th, 2026

KalaHira Live

ସଠିକ ନଜର, ନିରପେକ୍ଷ ଖବର

ଓ.ପି. ଜିନ୍ଦଲ ସ୍କୁଲ ପକ୍ଷରୁ ଉତ୍କଳ ଦିବସ ପାଳିତ l

Avatar

ByKalahira Live

Apr 2, 2025
Spread the love

(କଳାହୀରା ଲାଇଭ )- ଓ.ପି. ଜିନ୍ଦଲ ସ୍କୁଲ ପରିସରରେ ବେଶ ଉତ୍ସାହର ସହ ଉତ୍କଳ ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ସାମୁହିକ ଭାବେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବା ସହ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ଓଡିଶୀ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା |ଉତ୍କଳ ଦିବସ ପାଳନ ଅବସରରେ, ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାରର ଅଧ୍ୟକ୍ଷ ଏବଂ ହରିୟାଣା, କୁରୁକ୍ଷେତ୍ରର ଲୋକସଭା ସାଂସଦ ଶ୍ରୀ ନବୀନ ଜିନ୍ଦଲ ସୋସିଆଲ ମିଡିଆ ମାଧ୍ୟମରେ ପ୍ରତ୍ୟେକ ଓଡିଆଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ସେ ଲେଖିଛନ୍ତି, “୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ଗଠନକୁ ସ୍ମରଣ କରି ଉତ୍କଳ ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏହି ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟର ଭୂମିକୁ ଅଧିକ ସମୃଦ୍ଧି ପ୍ରଦାନ କରିବାକୁ ମୁଁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।”ସ୍କୁଲରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ପ୍ରେରଣାଦାୟକ ଭାଷଣ ପ୍ରଦାନ କରିବାସହ ଶିକ୍ଷକମାନଙ୍କ ଦ୍ୱାରା ଦେଶପ୍ରେମର ଭାବନାକୁ ଜାଗ୍ରତ କରିବା ଭଳି ଅଭିଭାଷଣ ପ୍ରଦାନ କରିଥିଲେ । ସ୍କୁଲର ଅଧ୍ୟକ୍ଷ ଡକ୍ଟର ଅଶ୍ୱିନୀ କୁମାର ସାହୁ ଛାତ୍ରଛାତ୍ରୀମାନଙ୍କୁ ଏକତାକୁ ବଜାୟ ରଖିବା ସହିତ ଓଡ଼ିଆ ସଂସ୍କୃତିକୁ ଆଦର ଏବଂ ପ୍ରଚାର କରିବାକୁ ଉତ୍ସାହିତ କରିଥିଲେ।ଏହି ଅବସରରେ ନାଲକୋନଗର ଡିପିଏସ୍ ସ୍କୁଲର ଶ୍ରୀମତୀ ଇନ୍ଦିରା ଚାଟର୍ଜୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଓଡ଼ିଆ ପ୍ରବନ୍ଧ ଲିଖନ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି ଉତ୍ସବକୁ ବିଦ୍ୟାଳୟର ଓଡ଼ିଆ ବିଭାଗର ବରିଷ୍ଠ ଶିକ୍ଷକ ସଂଯୋଜନା କରିଥିଲେ | ପରିଶେଷରେ ଅଖିଳ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *