• Thu. Feb 26th, 2026

KalaHira Live

ସଠିକ ନଜର, ନିରପେକ୍ଷ ଖବର

ତାଳଚେର ପୋଲିସ ଦ୍ୱାରା ଡକାୟତି ଗ୍ୟାଙ୍ଗ ଗିରଫ, ବିପୁଳ ମାରଣାସ୍ତ୍ର ଜବତ l

Avatar

ByKalahira Live

Mar 4, 2025
Spread the love

ତାଳଚେର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି 12ଜଣ ଡକାୟତଙ୍କୁ ଗିରଫ କରିଛି ।ସେମାନଙ୍କ ଠାରୁ 10 ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ କରିଛି। ଚୋରିରେ ବ୍ୟବହୃତ ଏକ 6ଚକିଆ ଟାଟା ଟ୍ରକ ଓ ଏକ ମହିନ୍ଦ୍ରା ପିକଅପ ଜବତ କରିଛି । ଗତ ୨୪ ଓ ୨୫ ତାରିଖ ରାତିରେ Ntpc ଆସ ପଣ୍ଡ ଷ୍ଟକୟାର୍ଡରେ 20ଜଣ ଡକାୟତ ମାରଣାସ୍ତ୍ର ଧରି ପ୍ରବେଶ କରିଥିଲେ । ସେଠାରେ କାର୍ଯ୍ୟରତ ସିକୁରୀଟି ଗାର୍ଡକୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି 12546 kg ର ଲୁହା ସାମଗ୍ରୀ ନେଇ ପଳାଇଥିଲେ । ଚୋରି ସାମଗ୍ରୀର ମୂଲ୍ୟ ୧୩ ଲକ୍ଷ ୯ହଜାର ୨୦ ଟଙ୍କା । ଏ ସମ୍ପର୍କରେ ntpc ର agm ବୁରହନ ମାଝୀ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଅଭିଯୋଗକୁ ଭିତ୍ତି କରି ତାଳଚେର ଥାନାରେ ୧୪୨/୨୫ରେ ଏକ ମକଦ୍ଦମା ରୁଜୁ କରଥିଲେ । ଅନୁଗୋଳ sp ଙ୍କ ନିର୍ଦେଶ ରେ ତାଳଚେର sdpo ଭରତ ସାହୁଙ୍କ ତତ୍ୱାବଧାନରେ ତାଳଚେର IIC ଦିଗ ବିଜୟ ବିଶ୍ୱାଳଙ୍କ ନେତୃତ୍ୱରେ ୮ ଗୋଟି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ପୋଲିସ 12ଜଣଙ୍କୁ ଗିରଫ କରିଥିଲା l
Sub inspector ତୁଷାର କାନ୍ତ ମହାନ୍ତି, ଦେବବ୍ରତ ନାୟକ ସତ୍ୟବ୍ରତ ରାଉତ ,ASI ଗୋଲକ ବିହାରୀ ସେଠି ,ଲଳିତେନ୍ଦ୍ର ପ୍ରଧାନ ,ବିବ୍ରତ ଗଡ଼ ନାୟକ ,ରମେଶ ପ୍ରଧାନ ଏହି ଚଢ଼ାଉରେ ସାମିଲ ।

Leave a Reply

Your email address will not be published. Required fields are marked *