• Fri. Feb 27th, 2026

KalaHira Live

ସଠିକ ନଜର, ନିରପେକ୍ଷ ଖବର

ମୁଖ୍ୟମନ୍ତ୍ରୀଙ୍କ ଆଭାଷି କାର୍ଯ୍ୟକ୍ରମରେ ଉଦଘାଟିତ ହେଲା ତାଳଚେର ଉପଖଣ୍ଡସ୍ଥିତ ସମଲର ଅତ୍ୟାଧୁନିକ ଥାନା l

Avatar

ByKalahira Live

Mar 7, 2025
Spread the love

ଅନୁଗୁଳ ଜିଲ୍ଲାର ତାଳଚେର ଉପଖଣ୍ଡ ସ୍ଥିତ ଅତ୍ୟାଧୁନିକ ସମଲ ଥାନା ଶୁକ୍ରବାର ଦିନ ଅପରାହ୍ନରେ ଉଦଘାଟିତ ହେଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ୧୦ଟି ଜିଲ୍ଲାର ୧୪ଟି ଅତ୍ୟାଧୁନିକ ଥାନା ଉଦଘାଟନ କରିଛନ୍ତି। ଅନୁଗୁଳ ଜିଲ୍ଲାର ତାଳଚେର ଉପଖଣ୍ଡ ସ୍ଥିତ ସମଲ ଥାନା ଓ ଅନୁଗୁଳ ସଦର ଥାନା,ଭବାନୀପାଟଣାର ସଦର ଥାନା,ଯାଜପୁରର କୋରେଇ ଓ ଧର୍ମଶାଳା ଥାନା,ବରଗଡର ବେହେଦେନ୍ ଥାନା, କଟକର ସିଆରଆରଆଇ ଓ ମଙ୍ଗଳାବାଗ ଥାନା,କୋରାପୁଟର ସୁନିକି ଓ ସଦର ଥାନା, କନ୍ଧମାଳର ଫିରିଙ୍ଗିଆ,ମାଲକାନଗିରି କୋରକୁଣ୍ଡା,ଭୁବନେଶ୍ୱର ନୟାପଲ୍ଲୀ ଓ ପାରାଦୀପ ଥାନାକୁ ଭିଡିଓ କନଫରେନସ୍ ମାଧ୍ୟମରେ ଉଦଘାଟନ କରିଥିଲେ। ରାଜ୍ୟରେ ସାଧାରଣ ଜନତାଙ୍କ ପ୍ରତି ପୋଲିସର ସେବା,ସାମର୍ଥ୍ୟ,ସାହସ ଓ ସମର୍ପଣ ଭାବ ରଖିବାକୁ ବିଭାଗକୁ ନିଜର ଉଦାହରଣ ଦେଇ ପରାମର୍ଶ ଦେଇଥିଲେ। ଖୁବ୍ ଶୀଘ୍ର ୫ହଜାର ଗୃହରକ୍ଷୀ ପଦବୀ ପୂରଣ,ଦରମା ବୃଦ୍ଧି,ପ୍ରତି ଥାନାକୁ ଅତିରିକ୍ତ ୬ଟି ମୋଟର ସାଇକେଲ ଓ ୧ଟି ମହିନ୍ଦ୍ରା କମ୍ପାନୀର ଦ୍ରୁତ ତମ ୪ଚକିଆ ସ୍କର୍ପିଓ ସହ ଆହୁରି ଆନୁଷଙ୍ଗିକ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ଥାନାରେ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା,ଅଭ୍ୟର୍ଥନା କକ୍ଷ,ପ୍ରତୀକ୍ଷା କକ୍ଷ ପ୍ରଭୃତି ଅନେକ ସୁବିଧା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗକୁ ତାଗିଦ୍ କରିଥିଲେ। କୌଣସି ଥାନା ଅଧିକାରୀଙ୍କ ବିରୁଦ୍ଧରେ ଯଦି ପ୍ରାମାଣିକ ତଥ୍ୟ ସମ୍ବଳିତ ଅଭିଯୋଗ ଆସେ ତତକ୍ଷଣାତ୍ ତାଙ୍କୁ ନିଲମ୍ବନ କରିବାକୁ ଘୋଷଣା କରିଥିଲେ। ଏହି ଆଭାଶି କାର୍ଯ୍ୟକ୍ରମରେ ଭାଜପା ରାଜ୍ୟ ପରାମର୍ଶ ଦାତା ଶ୍ରୀ ପ୍ରକାଶ ମିଶ୍ର,ପାଲହଡା ବିଧାୟକ ଶ୍ରୀ ଅଶୋକ କୁମାର ମହାନ୍ତି, ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ,ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ, ଦୈତ ମହାନଗରୀ କମିଶନର ସୁରେଶ ଦେବଦତ୍ତ ସିଂ,ଗୃହ ନିର୍ମାଣ ବିଭାଗ ନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପଟେ ଅନୁଗୁଳ ଜିଲ୍ଲାର ଅତିରିକ୍ତ ଏସପି ଅନିଲ କୁମାର ବେଉରିଆ ଓ ତାଳଚେର ଏସ୍ଡ଼ିପିଓ ଭରତ ସାହୁଙ୍କ ସହିତ ସମଲ ଥାନାର ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଶ୍ରୀ ଅରୁଣ କୁମାର ଖିଲାର ଓ ଏନଟିପିସି ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ,ଏସଆଇ ଶ୍ରୀ ବିଚିତ୍ରାନନ୍ଦ ସାହୁ, ରବି ବେହେରା,ଶଶି ବେହେରା, ଏଏସଆଇ ମାନସ ସାହୁ, ନିରୋଜକାନ୍ତ ବେହେରା,ଅଜିତ ନାଏକ, ଜାଜ୍ଞସେନି ଗଡ଼ନାୟକ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *