କଳାହୀରା ଲାଇଭ : ତାଳଚେର ୱାର୍କିଂ ଜର୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ ପାଇଁ ରବିବାର ତାଳଚେର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ମଦନ ମୋହନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରେସ ଦିବସ ପାଳନ ଅବସରରେ ଫୋର୍ଥ ପିଲାର ଆୱାର୍ଡ଼ ସେରୀମୋନି ପାଇଁ ସାମ୍ବାଦିକତା , ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ସମାଜସେବା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରତିଭା ମାନଙ୍କୁ ଚୟନ କରାଯାଇ ସମ୍ମାନିତ କରାଯିବ ନେଇ ଆଲୋଚନା କରାଯାଇଥିଲା।ଚଳିତ ବର୍ଷ ଜାତୀୟ ପ୍ରେସ ଦିବସ ଧୁମ୍ ଧାମରେ ପାଳନ କରିବାକୁ ଉପସ୍ଥିତ ସମସ୍ତ ସଦସ୍ୟ ପ୍ରସ୍ତାବ ଦେଇଥିଲେ। ସାଧାରଣ ସମ୍ପାଦକ ସୌଭାଗ୍ୟ ଚନ୍ଦ୍ର ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ଅଜୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସଂଘର ଉପଦେଷ୍ଟା ଧିର ମୋହନ ରାୟ, କାର୍ଯ୍ୟକାରୀ ସଭାପତି ଶୟଦ୍ ଜୁଲଫିକର ହୁସେନ , କୋଷାଧ୍ୟକ୍ଷ ସୋମିତ୍ର ସେନାପତି, ରବୀନ୍ଦ୍ର ମହାରଣା, ମନିଲ ମହାରଣା, ନରୋତ୍ତମ ସାହୁ, ବାସୁଦେବ ପ୍ରଧାନ, ରୁଦ୍ର ମୋହନ ଗଡ଼ନାୟକ, ମଣ୍ଟୁ ମହାନ୍ତି, ବାପୁଜୀ ସାମଲ, ରାଉତରାୟ ନାଏକ, ଶିଶିର କୁମାର ସାମଲ, ଦେବାଶିଷ ପରିଡ଼ା, ବିକାଶ ସାହୁ, ଦିଲ୍ଲୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

