(କଳାହିରା ଲାଇଭ )
ତାଳଚେର ଉପଖଣ୍ଡ ସଦର ମହକୁମା ଠାରେ ଏହି ପବିତ୍ର ଦିବସ ପାଳନ ଅବସରରେ ତାଳଚେର କଲେଜ ପଡିଆଠାରେ ସକାଳ ୯:୧୫ ମିନିଟ ସମୟରେ ମାନ୍ୟବର ଉପଜିଲ୍ଲାପାଳ ଶ୍ରୀ ସମୀର କୁମାର ଜେନା ମହୋଦୟ (ଭା.ପ୍ର.ସେ)ପତାକା ଉତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ !ତାଳଚେର ର ବିବେକା ନନ୍ଦ ଶିଶୁ ବିଦ୍ୟାମନ୍ଦିର ସ୍କୁଲ ପକ୍ଷରୁ ଜାତୀୟ ସଂଗୀତ ଗାନ କରାଯାଇ ଜାତୀୟ ପତାକା କୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା | ଏହି ଦିବସ ର ମୁଖ୍ୟ ଅତିଥି ମାନ୍ୟବର ଉପଜିଲ୍ଲାପାଳ ସମସ୍ତଙ୍କୁ ଶୁଭେଚ୍ଛା ଜଣେଇବା ସହ ଅଭିନନ୍ଦନ ଜ୍ଞାପନ କରିଥିଲେ! , ଅନୁଷ୍ଠାନିକା ଜାତୀୟ ପତାକା ଉତୋଳନ ପରେ ତାଳଚେର ଗର୍ବ ଗୌରବ ସମ୍ମାନ ୨୦୨୫ ସେବା, ପାଇଥିବା ମହାନ ବ୍ୟକ୍ତିତ୍ବ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ | ଜାତୀୟ ସ୍ତରରେ ଚୟନ ହେଇଥିବା ସଫଳ କ୍ରୀଡାବିତି, ଟ୍ରାଫିକ ହାବିଲଦାର ରୂପେ କାଯ୍ୟ ସୁଚାରୁରୂପେ ତୁଲାଉଥିବା ବ୍ୟକ୍ତିତ୍ୱ,ଶ୍ରେଷ୍ଠ ଶିକ୍ଷକ, ଦଶମ ଶ୍ରେଣୀରେ ସର୍ବୋଚ୍ଚ ମାର୍କ ପାଇଥିବା ଛାତ୍ର ଛାତ୍ରୀ, ସର୍ବଶେଷ୍ଠ ଅଙ୍ଗନବାଡି କର୍ମୀ ଓ ସହାୟିକା, ସର୍ବୋତ୍ତମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସର୍ବଶ୍ରେଷ୍ଠ ପରିଷ୍କାର ଓ ସୂଚିତ୍ର ବିଦ୍ୟାଳୟ,ଓ ସମାଜ ସେଵୀ ମାନଙ୍କୁ ମଧ୍ୟ୍ୟ ସମ୍ବର୍ଦ୍ଧନା କରିଥିଲେ ଏବଂ ବିଦ୍ୟାଳୟ ର ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ!ତାଳଚେର ମଣ୍ଡାପାଳ ଯଥା ମେଡିକାଲ ରେ ରୋଗୀ ମାନ ଙ୍କୁ ଫଳ ବଣ୍ଟନ ଏବଂ କାରାଗାର ଅନ୍ତେ ବାସୀଙ୍କୁ ମିଷ୍ଟନ ବଣ୍ଟନ କରିଥିଲେ |ସନ୍ଧ୍ୟାରେ ମନେ ବର୍ଣଲୀ ଅନୁଷ୍ଠାନ ପକ୍ଷରୁ ପଞ୍ଚାୟତ ସଭାଘରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହେଇଥିଲା | କାଯ୍ୟକ୍ରମ ରେ ଉପଖଣ୍ଡ ଆରକ୍ଷ ଅଧିକାରୀ, ଶ୍ରୀଯୁକ୍ତ ଭରତ ଚରଣ ସାହୁ ସମସ୍ତ ଥାନା ର ଭାରପ୍ରାପ୍ତ ଅଧିକାରୀ, ରେଞ୍ଜ ଅଧିକାରୀ, ଡେପୁଟି କଲେକ୍ଟର ମାନସ ମୋହନ ସେଠ,ଗୋଷ୍ଠି ଉନୟନ ଅଧିକାରୀ, ତାଳଚେର ଭାରପ୍ରାପ୍ତ ସୂଚନା ଲୋକ ସମ୍ପର୍କ ଅଧିକାରୀ କାଳନ୍ଦୀ ସାହୁ ତାଳଚେର, ଆସିଷ୍ଟାଣ୍ଟ କଲେକ୍ଟର ନିବେଦିତା ନାଏକ, ତାଳଚେର ତହସିଲଦାର ଆଲଫା ଜେନା, କଣିହାଁ ତହସିଲଦାର ଚିନ୍ମୟ ଦାସ, କଣିହାଁ ଅତିରିକ୍ତ ତହସିଲଦାର ପୁଷ୍ପିତା ମଧୁମତୀ ଦେହୁରୀ ଏବଂ ସୂଚନl ଅଧିକାରୀ କାର୍ଯ୍ୟାଳୟ ର କର୍ମଚାରୀ ରକେଶ ସେଠି, ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ, ଶ୍ରୀଯୁକ୍ତ ସରୋଜ କୁମାର ପାଣି, ଶ୍ରୀଯୁକ୍ତ ସୁବନା ଦାସ, ଶ୍ରୀ ଭଗବାନ ସିଂହ, ଶ୍ରୀ ପେଷ୍କାର ଗଡ଼ନୟକ,ଶ୍ରୀ ପପୁ ବେହେରା,ଶ୍ରୀ ଅମରେନ୍ଦ୍ର ବେହେରା,ଶ୍ରୀ ସୁଶାନ୍ତ ନାୟକ,ଶ୍ରୀ ଜିତେନ୍ଦ୍ର ପ୍ରାଧାନ,ଶ୍ରୀ ରାମ ଚନ୍ଦ୍ର ବିଶ୍ୱାଳ ଶ୍ରୀ ସଂଜୀବ ପଟ୍ଟନାୟକ ଶ୍ରୀ ଜ୍ଞାନ ଦାସ ,ସ୍ୱଚ୍ଛlସେବି କ୍ଷୀରୋଦ ଦାସ ଏବଂ ଗଣମାଧ୍ୟମ ଅଧିକାରୀ ମାନେ ଓ ତାଳଚେର ବାସି ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

