କଳାହୀରା ଲାଇଭ :- ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି |ତାଳଚେର ଥର୍ମାଲ ଡ଼ିଏଭି ର ଛାତ୍ରୀ ସମୀକ୍ଷା ସାହୁ ସତକଡା 95.5 ପ୍ରତିଶତ ଅର୍ଥାତ 573 ନମ୍ବର ରଖି ଅନୁଗୁଳ ଜିଲ୍ଲାର ଟପର ହୋଇଛନ୍ତି |ଏ ଖବର ପ୍ରସାରିତ ହେବା ପରେ ତାଙ୍କ ପାଖକୁ ଶୁଭେଚ୍ଛା ର ସୁଅ ଛୁଟିଛି |ତାଳଚେର ବ୍ଲଜ ଥର୍ମାଲ ନିକଟରେ ବଙ୍ଗୁ ଗ୍ରାମର ସୁଜନ ସାହୁ ଙ୍କର ଝିଅ ସମୀକ୍ଷା |ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବରିଷ୍ଠ ବିଜେପି ନେତା କାଳନ୍ଦି ସାମଲ ଫୋନ ଯୋଗେଁ ଟପର ଛାତ୍ରୀ ସମୀକ୍ଷା ଏବଂ ତାଙ୍କର ପରିବାର ସହ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି |ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ସରପଞ୍ଚ ସହଦେଵ ସାହୁ, ଜଗଦୀଶ ମିଶ୍ର, ବୁଥ ସଭାପତି ପ୍ରକାଶ ସିଂହ, ଜଗନ୍ନାଥ ପୁର ପଂଚାୟତ ସଭାପତି ଅନନ୍ତ ନାହାକ ଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତା ତାଙ୍କର ବାସ ଭବନ ରେ ପହଂଚି ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତରୋତ୍ତର କାମନା କରିଛନ୍ତି |

