• Thu. Feb 26th, 2026

KalaHira Live

ସଠିକ ନଜର, ନିରପେକ୍ଷ ଖବର

ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟରେ ଭକ୍ତି ଭାବର ସହ ବିଶ୍ୱକର୍ମା ପୂଜା ପାଳିତ l

Avatar

ByKalahira Live

Sep 18, 2025
Spread the love

(କଳାହୀରା ଲାଇଭ): ଜିନ୍ଦଲ ଷ୍ଟିଲର ଅନୁଗୁଳ ପ୍ଲାଣ୍ଟ ପରିସରରେ ଭଗବାନ ବିଶ୍ୱକର୍ମାଙ୍କ ପୂଜା, ବେଶ ପବିତ୍ରତା ଓ ଭକ୍ତିଭାବର ସହ ପାଳିତ ହୋଇଯାଇଛି । ଏଥିରେ ଜିନ୍ଦଲ ଷ୍ଟିଲର କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ ଏବଂ ସ୍ଥାନୀୟ ସମ୍ପ୍ରଦାୟର ସଂଖ୍ୟାଧିକ ଲୋକ ଅଂଶଗ୍ରହଣ କରିଥିଲେ ।ଅନୁଗୁଳ ପ୍ଲାଣ୍ଟ ମୁଖ୍ୟ ଶ୍ରୀଯୁକ୍ତ ପଙ୍କଜ ମାଲହାନ, ତାଙ୍କ ପତ୍ନୀ ଶ୍ରୀମତୀ ସୀମା ମାଲହାନ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦାମୋଦର ମିତ୍ତଲ, ତାଙ୍କ ପତ୍ନୀ ଶ୍ରୀମତୀ ଅନିତା ମିତ୍ତଲ, ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀ, ଶ୍ରୀଯୁକ୍ତ ଅତୁଲ ଦୁବେ ଏବଂ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟଙ୍କ ନେତୃତ୍ୱରେ ଏଠାରେ ସମସ୍ତ ପୂଜାର୍ଚ୍ଚନା କରାଯାଇଥିଲା। ପ୍ଲେଟ୍ ମିଲ୍ ପରିସରେ ବୈଦିକ ନୀତିରେ ପୂଜା କରାଯାଇଥିଲା, ଯେଉଁଠାରେ ଜିନ୍ଦଲ ଷ୍ଟିଲ୍ ସହିତ ଜଡିତ ସମସ୍ତଙ୍କ ସୁରକ୍ଷା ଏବଂ ମଙ୍ଗଳ କାମନା ତଥା ରାଷ୍ଟ୍ରର ସମୃଦ୍ଧି ପାଇଁ ଦେବସ୍ଥପତି ବିଶ୍ୱକର୍ମାଙ୍କୁ ପ୍ରାର୍ଥନା କରାଯାଇଥିଲା।ଏହି ଅବସରରେ, ମାନବ ସମ୍ବଳ ବିଭାଗ ପକ୍ଷରୁ ୨୯ ଜଣ କର୍ମଚାରୀଙ୍କୁ ସେମାନଙ୍କର ଦକ୍ଷତା, ନିଷ୍ଠା ଏବଂ ନିରାପଦ କାର୍ଯ୍ୟ ପାଇଁ ଜିନ୍ଦଲ ବିଶ୍ୱକର୍ମା ସମ୍ମାନ ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ବିଶ୍ୱକର୍ମା ରତ୍ନ (ଅଲ-ରାଉଣ୍ଡର ପୁରସ୍କାର), ୯ ଜଣଙ୍କୁ ସୁରକ୍ଷା ଚାମ୍ପିଅନ ଭାବରେ ସ୍ୱୀକୃତି ଦିଆଯାଇଥିଲା ଏବଂ ୯ ଜଣଙ୍କୁ ଶୃଙ୍ଖଳା ପୁରସ୍କାରରେ ସମ୍ମାନିତ କରାଯାଇଥିଲା।ଏହି ଅବସରରେ ଶ୍ରୀଯୁକ୍ତ ପଙ୍କଜ ମାଲହାନ କହିଥିଲେ, “ଭଗବାନ ବିଶ୍ୱକର୍ମାଙ୍କ ଆଶୀର୍ବାଦରୁ ଆମେ ଇଞ୍ଜିନିୟରିଂ କ୍ଷେତ୍ରରେ ମହାନ ସଫଳତା ହାସଲ କରିପାରିଛୁ। ଆମର କଠିନ ପରିଶ୍ରମ କେବଳ ତାଙ୍କ କୃପା ଦ୍ୱାରା ହିଁ ଅର୍ଥପୂର୍ଣ୍ଣ ହୋଇପାରିଛି । ଏହି ବିଶେଷ ଦିନରେ, ମୁଁ ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ସମସ୍ତଙ୍କୁ ସେମାନଙ୍କ ପରିବାର, ସମାଜ ଏବଂ ଦେଶ ପାଇଁ ସର୍ବୋତ୍ତମ ଯୋଗଦାନ ଜାରି ରଖିବାକୁ ଉତ୍ସାହିତ କରୁଛି। ମୁଁ ଜିନ୍ଦଲ ବିଶ୍ୱକର୍ମା ସମ୍ମାନର ସମସ୍ତ ବିଜେତାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି। ଆପଣଙ୍କ ପ୍ରତିଭା ଏବଂ ସମର୍ପଣ ଆମକୁ ଗର୍ବିତ କରୁଛି ଏବଂ ଜିନ୍ଦଲ ଷ୍ଟିଲ୍ ପରିବାରର ଅନ୍ୟମାନଙ୍କୁ ପ୍ରେରଣା ଦେଉଛି ।”ଏଥିସହ ଶ୍ରୀ ଦାମୋଦର ମିତ୍ତଲ କହିଛନ୍ତି, “ମୁଁ ଭଗବାନ ବିଶ୍ୱକର୍ମାଙ୍କ ନିକଟରେ ବିନମ୍ରତାର ସହ ପ୍ରାର୍ଥନା କରୁଛି ଯେ, ସେ ଆମକୁ ସୁରକ୍ଷା ଏବଂ ମାର୍ଗଦର୍ଶନ କରନ୍ତୁ, ଜିରୋ ହାର୍ମ( ଶୂନ୍ୟକ୍ଷତି) ସହିତ ଆମର ଲକ୍ଷ୍ୟ ହାସଲ କରିବା ପାଇଁ ଶକ୍ତି ଏବଂ ସୁରକ୍ଷା ଦିଅନ୍ତୁ। ଏହି ପବିତ୍ର ଦିନଟି ଆମର ଅନୁଗୁଳ ପ୍ଲାଣ୍ଟ ସହିତ ଜଡିତ ସମସ୍ତଙ୍କ ପାଇଁ ଆନନ୍ଦ, ଶାନ୍ତି ଏବଂ ସମୃଦ୍ଧି ଆଣିଦେଉ।”ପ୍ଲେଟ୍ ମିଲ୍‌ରେ ମୁଖ୍ୟ ଉତ୍ସବ ବ୍ୟତୀତ, ଦେବଭୂମି ଜିନ୍ଦଲ ନଗରର ଜଗନ୍ନାଥ ମନ୍ଦିର, ନବୀନ ଜିନ୍ଦଲ ସ୍କିଲ୍ ସେଣ୍ଟର୍ ଫର୍ ଆଡଭାନ୍ସଡ୍ ୱେଲ୍ଡିଂ ଟେକ୍ନୋଲୋଜି ଏବଂ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସ୍ୱତନ୍ତ୍ର ପୂଜା କରାଯାଇଥିଲା। ଏଥିରେ ଜିନ୍ଦଲ ନଗରର ବାସିନ୍ଦା ଏବଂ କର୍ମଚାରୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ, ଯାହା ଏହି ବିଶ୍ୱକର୍ମା ପୂଜା ଉତ୍ସବକୁ ସ୍ମରଣୀୟ କରିଥିଲା।ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଦିଲୀପ କୁମାର ସିହ୍ନାଙ୍କ ମାର୍ଗଦର୍ଶନରେ ମାନବ ସମ୍ବଳ ଏବଂ ପ୍ରଶାସନ ବିଭାଗ ଦ୍ୱାରା ସମଗ୍ର କାର୍ଯ୍ୟକ୍ରମଟି ସୁବ୍ୟବସ୍ଥିତ ଭାବରେ ଆୟୋଜିତ ହୋଇଥିଲା।

Leave a Reply

Your email address will not be published. Required fields are marked *