ତାଳଚେର :- ତାଳଚେରର ସମାଜସେବୀ କ୍ଷୀରୋଦ ସାହୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କୁ ପୁରୀ ସ୍ୱର୍ଗଦ୍ଵାରରେ ଶେଷ ଦର୍ଶନ କରିବା ସହ ପଞ୍ଚଭୁତରେ ବିଲୀନ ହେବା ଆରମ୍ଭ ଠାରୁ ମହୋଦଧିରେ ଅସ୍ଥି ବିସର୍ଜନ ପର୍ଯ୍ୟନ୍ତ ଉପସ୍ଥିତ ରହି ରାମ ରାମ ସତ୍ୟ ହେ ହରି ରାମ ସତ୍ୟ ହେ ଓ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନ ଅମର ରହେ କହି ସ୍ଲୋଗାନ ଦେଇ ଅନ୍ତିମ ସଂସ୍କାରରେ ସହଯୋଗ କରିଥିଲେ । ସ୍ବର୍ଗତ ପ୍ରଧାନଙ୍କୁ ପ୍ରଥମେ ପୂର୍ବାହ୍ନ ୮ଟା ୪୫ରେ ରାଷ୍ଟୀୟ ମର୍ଯ୍ୟାଦା ସମ୍ମାନ ଦେଲା ପରେ ବଡ଼ ପୁଅ ସୌମେନ୍ଦ୍ର ପ୍ରଧାନ ପୂର୍ବାହ୍ନ ୯ଟା ରେ ମୁଖାଗ୍ନି ଦେଇଥିଲେ । ସ୍ବର୍ଗତ ପ୍ରଧାନଙ୍କ ନାତି ପପୁ ପୂର୍ବାହ୍ନ ୧୧ ଟାରେ ଅସ୍ଥିକୁ ବାସଭଵନ ନେଲା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହୋଦଧିରେ ଚିତା ଭସ୍ମ କୁ ବିସର୍ଜନ କରିଥିଲେ । ଅପରାହ୍ନ ୨ଘଟିକା ସମୟରେ ଶିତୁଳା ଦେବାରେ ଶ୍ରୀ ସାହୁ ସହଯୋଗ କରିଥିଲେ । ଏହି ଦୁଃଖଦ ସମୟରେ ପରିବାର ସଦସ୍ୟଙ୍କ ସମେତ ରାଜ୍ୟ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ପରିବହନ ମନ୍ତ୍ରୀ, ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ, ବିଭିନ୍ନ ଅଞ୍ଚଳର ସାଂସଦ, ବିଧାୟକ ଗଣ ଓ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ବିଗତ ୨୦୦୦ ମସିହାରେ ଶ୍ରୀ ସାହୁ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ହାଣ୍ଡିଧୁଆ ବାସଭଵନ ଠାରେ ତାଳଚେର ମୁନିସିପାଲଟି ଅଙ୍ଗାରୁଆ କୁଷ୍ଠ ଆଶ୍ରମରେ ବିଜୁଳି ପାଇଁ ଦରଖାସ୍ତ ଆବେଦନ କରିବା ପରେ ୩ ମାସ ଭିତରେ ନୂତନ ଟ୍ରାନ୍ସଫର୍ମର ସ୍ଥାପନ ହେଇପାରିଥିଲା l ସେହିପରି ଶ୍ରୀ ସାହୁଙ୍କ ସାମାଜିକ କାର୍ଯ୍ୟକୁ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନ ପ୍ରଶଂସା କରି ଆସୁଥିଲେ l ଗତ ୨୦୦୦ ମସିହା ଠାରୁ ଶେଷ ପର୍ଯ୍ୟନ୍ତ ଶ୍ରୀ ସାହୁଙ୍କ ଶ୍ରେଷ୍ଠ ପ୍ରଶଂସକ ଭାବେ ଥିଲେ l ଏଭଳି ଅସମୟରେ ଜଣେ ପ୍ରିୟ ପ୍ରଶଂସକକୁ ହରାଇ ଥୁବାରୁ ତାଙ୍କର ଯେଉଁ ସ୍ନେହ ଭଲ ପାଇବା ଦୁଇ ପଦ ମିଷ୍ଠା କଥା ଓ ସାମାଜିକ ସେବା କାର୍ଯ୍ୟର କେଇ ପଦର ଉପଦେଶ କେହି ସେହି ସ୍ଥାନକୁ ପୂରଣ କରି ପାରିବେ ନାହିଁ ବୋଲି ଦୁଃଖିତ ଓ ମର୍ମାହତ ରେ ଶ୍ରୀ ସାହୁ ପ୍ରକାଶ କରିଛନ୍ତି l

