(କଳାହୀରା ଲାଇଭ )ତାଳଚେରର ଟ୍ରକ ମାଲିକ ସଂଘ ପକ୍ଷରୁ ତାଳଚେରର ସୁଯୋଗ୍ୟ ସନ୍ତାନ ତଥା ବିଶିଷ୍ଟ ରାଜନେତା ଭାରତ ସରକାରଙ୍କ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଙ୍କ ଗତ ମାର୍ଚ୍ଚ ମାସ ୧୭ତାରିଖ ସୋମବାର ଦିନ ଦିଲ୍ଲୀ ସ୍ଥିତ ବାସଭବନରେ ପରଲୋକ ହୋଇଥିଲା । ତାଙ୍କ ଆତ୍ମାର ସଦଗତି ନିମନ୍ତେ ବିଭିନ୍ନ ଅନୁଷ୍ଠାନ ରାଜନୈତିକ ଦଳ ଏପରିକି ବିଭିନ୍ନରାଜ୍ୟ ଓ ଦେଶର ନେତୃମଣ୍ଡଳୀ ଙ୍କ ପକ୍ଷରୁ ଶ୍ରଦ୍ଧା ସୁମନ ଅର୍ପଣ କରା ଯାଉଅଛି। ଏହି ପରିପେକ୍ଷି ରେ ତାଳଚେର ଟ୍ରକ ମାଲିକ ସଂଘ ପକ୍ଷରୁ ଏକ ଶୋକ ଓ ଶ୍ରଦ୍ଧାଞ୍ଜଳୀ ସଭା ଟ୍ରକ ମାଲିକ ସଂଘର ହଲ ଠାରେ ଅନୁଷ୍ଠିତ ହୋଇଥିଲା । ଟ୍ରକ ମାଲିକ ସଂଘର ସଭାପତି ଅରବିନ୍ଦ ଭୂତିଆ ଙ୍କ ନେତୃତ୍ବରେ ଆୟୋଜିତ ଏହି ଶୋକ ସଭାରେ ସାଧାରଣ ସମ୍ପାଦକ ରତନ ଶତପଥୀ , ପୁର୍ବତନ ସଭାପତି ପୂର୍ଣ୍ଣଚନ୍ଦ୍ରସାହୁ , ନିରଞ୍ଜନପ୍ରଧାନ ନରେନ୍ଦ୍ରସିଂହ , ବଜରଙ୍ଗ ଅଗରୱାଲା , ସୁରେଶ ଚନ୍ଦ୍ର ସାହୁ , ପ୍ରଫୁଲ୍ଲ କୁମାର ଦାସ ,ହୃଦାନନ୍ଦ ଭୂଟିଆ , ଦିଲୀପ ମହାପାତ୍ର, ତ୍ରିଲୋଚନ ସ୍ବାଇଁ ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ମାନେ ଉପସ୍ଥିତ ରହି ତାଳଚେର ର ଗର୍ବ ଗୌରବ ପୁର୍ବତନ କେନ୍ଦ୍ରମନ୍ତ୍ରୀ ସ୍ଵର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସ୍ଵର୍ଗତ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକମିନିଟ ନିରବ ପାର୍ଥନା କରିବା ସହିତ ସ୍ଵର୍ଗତ ପ୍ରଧାନ ଙ୍କ କାର୍ଯଶୈଳୀ ନିଷ୍ଟା ଓ ସାଂଗଠାନିକ ଦକ୍ଷତା ସହିତ ଅନେକ ଗୁଡ଼ିଏ ସୂଗୁଣାବଳିକୁ ଉଲ୍ଲେଖ କରିଥଲେ ।

