କଳାହିରା ଲାଇଭ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଅଗଷ୍ଟ 27 ବୁଧବାର ଦିନିକିଆ ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି |ଅନୁଗୁଳ ଜିଲ୍ଲା ର ବନରପାଳ ଓ କଣିହାଁ ବ୍ଲକ ରେ ବିଭିନ୍ନ ଉର୍ନ୍ନୟନ ମୂଳକ କାର୍ଯ୍ୟ ର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟ ରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ |ଢେଙ୍କାନାଳ ଜିଲ୍ଲା ର ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ରେ ଯୋଗଦେଇ ସକାଳ 10 ଟାରେ ଅନୁଗୁଳ ବନରପାଳ ବ୍ଲକ ଯୋରଗାଡ଼ିଆ ଗ୍ରାମ ଓ ମହୀଧରପୁର ପୁର ଠାରୁ ସନ୍ତ୍ରୀ ଛକ ପର୍ଯ୍ୟନ୍ତ ସୋଲାର ଷ୍ଟ୍ରିଟ ଲାଇଟ ପ୍ରକଳ୍ପ ସହ ବିଭିନ୍ନ ଉର୍ନ୍ନୟନ ମୂଳକ କାର୍ଯ୍ୟ ର ଶୁଭ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ |ସେଠାରୁ ବନରପାଳ ଛକ ଦେଇ ତାଳଚେର ବାଇପାସ, ଗୋଡ଼ିବନ୍ଧ, ସମଲ ଦେଇ ଏନଟିପିସି ଛକ ଦେଇ କଣିହାଁ ରେ ପହଁଚିବେ |କଣିହାଁ ରେ ପ୍ରଜାମଣ୍ଡଳ ଭବନ ର ଭୂମିପୂଜନ କାର୍ଯ୍ୟ ରେ ଯୋଗଦେଇ କଣିହାଁ ପବିତ୍ର ମୋହନ ଉଚ ବିଦ୍ୟାଳୟ ର ବିଭିନ୍ନ ପ୍ରକଳ୍ପ ର ଭୂମିପୂଜନ ଓ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ | କଣିହାଁ ରେ ଟିକିରା ନଦୀ ଉପରେ ଏକ ବ୍ରିଜ ର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି |ସେଠାରୁ ଦେବଗଡ଼ ଅଭିମୁଖେ ଯାତ୍ରା କରିବେ କେନ୍ଦ୍ରମନ୍ତ୍ରୀ |କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ଙ୍କ ଗସ୍ତ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି |କେନ୍ଦ୍ରମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ସହ ବିଭିନ୍ନ ସ୍ଥାନରେ ଉତ୍ସର୍ଗୀକୃତ ସ୍ୱାଗତ ସମ୍ବର୍ଦ୍ଧନା କରିବା ପାଇଁ ବ୍ୟାପକ ଭାବେ ପ୍ରସ୍ତୁତି ଜାରିରହିଛି |

