• Thu. Feb 26th, 2026

KalaHira Live

ସଠିକ ନଜର, ନିରପେକ୍ଷ ଖବର

ତାଳଚେର ଫର୍ଟିଲାଇଜର୍ସ ପାଇଁ ୧୨୨୫୦ କୋଟି ଟଙ୍କାର ଋଣ ବ୍ୟବସ୍ଥା ଅନୁମୋଦିତ l

Avatar

ByKalahira Live

Sep 27, 2025
Spread the love

କଳାହୀରା ଲାଇଭ: କୋଇଲା ଗ୍ୟାସିଫିକେଶନ ଆଧାରିତ ଆମୋନିଆ ୟୁରିଆ ପ୍ରକଳ୍ପ ପାଇଁ ତାଳଚେର ଫର୍ଟିଲାଇଜରସ୍ ପକ୍ଷରୁ ୧୨୨୫୦ କୋଟି ଟଙ୍କାର ବନ୍ଦୋବସ୍ତ କରାଯାଇଛି। କୋଲ ଇଣ୍ଡିଆ,ଗେଲ ଇଣ୍ଡିଆ,ରାଷ୍ଟ୍ରୀୟ କେମିକାଲ ଏଣ୍ଡ ଫର୍ଟିଲାଇଜରସ ଏବଂ ଏଫସିଆଇର ମିଳିତ ପ୍ରୟାସରେ ପ୍ରତିଷ୍ଠିତ ଟିଏସ୍ଏଲ ପ୍ରତିବର୍ଷ ୧.୨୭ ମିଲିୟନ ଟନ ୟୁରିଆ ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଛି। ଏଫସିଆଇର ପୁନରୁଦ୍ଧାର ପରେ ଟିଏସ୍ଏଲକୁ ବିଶେଷ ୟୁରିଆ ପଲିସି ପ୍ରଦାନ କରାଯାଇଛି। ଲୋନ ଚୁକ୍ତିନାମାରେ ଟିଏସ୍ଏଲର ଅର୍ଥ ନିର୍ଦ୍ଦେଶକଙ୍କ ସହ ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ଏବଂ ଏହାର ସହଯୋଗୀ ବ୍ୟାଙ୍କର ଅଧୂକାରୀ ମାନେ ସ୍ବାକ୍ଷର କରିଥିଲେ। ଟିଏସ୍ଏଲ ହେଉଛି ଭାରତର ପ୍ରଥମ ପ୍ରୟାସ ଯେଉଁଥ୍ରେ କୋଲ ଗ୍ୟାସିଫିକେଶନ ପ୍ରଣାଳୀରେ ୟୁରିଆ ଉତ୍ପାଦନ କରାଯିବ। ୨୦୨୩୦ ସୁଦ୍ଧା ଏହି ପ୍ଲାଣ୍ଟରୁ ୧୦୦ ମିଲିୟନ ଟନ ସାର ଉତ୍ପାଦିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ କୋଇଲାରୁ ସିନ୍ଥେଟିକ ନାଚୁରାଲ ଗ୍ୟାସ,ମିଥାନଲ ଭଳି ବିଭିନ୍ନ ରସାୟନ ଉତ୍ପାଦନ ହୋଇପାରିବ।ପ୍ରକଳ୍ପର ମୂଳ ଲକ୍ଷ୍ୟ ହେଲା ସ୍ଥାନୀୟ ଅଂଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ କୋଇଲାକୁ ବ୍ୟବହାର କରି ପର୍ଯ୍ୟାପ୍ତ ସାର ଉତ୍ପାଦନ କରି ପୂର୍ବ ଭାରତକୁ ଆତ୍ମ ନିର୍ଭରଶୀଳ କରିବା।

Leave a Reply

Your email address will not be published. Required fields are marked *