• Thu. Feb 26th, 2026

KalaHira Live

ସଠିକ ନଜର, ନିରପେକ୍ଷ ଖବର

ତାଳଚେର 𝗝𝗖𝗜 ର ସପ୍ତମ ସ୍ଥାପନା ଦିବସ,ଅରୁଣ ମୋଦି ହେଲେ ନୂତନ ସଭାପତି

Avatar

ByKalahira Live

Nov 30, 2025
Spread the love

(କଳାହୀରା ଲାଇଭ )

ଜୁନିଅର ଚାମ୍ବର ଇଣ୍ଟର୍ନେସନାଲ (ଯେସିଆଈ) ତାଳଚେର ଶାଖା ର ସପ୍ତମ ସ୍ଥାପନା ଦିବସ ପାଳିତ ହୋଇ ଯାଇଅଛି। ହୋଟେଲ ସୂର୍ଯ୍ୟା ଗାର୍ଡେନ ଠାରେ ଅନୁଷ୍ଠିତ ଉତ୍ସବ ରେ ନୂତନ ସଭାପତି ଅରୁଣ ମୋଦି ଶପଥ ଗ୍ରହଣ କରିଥିଲେ। ବିଦାୟୀ ସଭାପତି ମହେଶ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭା ରେ ଜେଶିଆଁଇ ଜୋନ ସଭାପତି ପ୍ରଣବ ଲାଠ, ଉପ ସଭାପତି ରୁପମ ଦାସ, ଉପଦେଷ୍ଟା ଡ. ରଶ୍ମି ରଂଜନ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସମାଜ ସେବା ଦିଗ ରେ ଜେଶିଆଇ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରକାଶ କରିଥିଲେ।ଆଗାମୀ ଦିନ ରେ ସମାଜ ର ଅବହେଳିତ, ଦରିଦ୍ର ଓ ଅସହାୟ ବ୍ୟକ୍ତି ଙ୍କ ପ୍ରତି ସହଯୋଗ ବଜାୟ ରଖିବାକୁ ଅତିଥି ଗଣ ପରାମର୍ଶ ଦେଇଥିଲେ। ବିଦାୟୀ ସଭାପତି ମହେଶ ଅଗ୍ରୱାଲ ବିବରଣୀ ପାଠ କରିବା ସହିତ ବିଗତ ବର୍ଷ ରେ ଜେଶିଆଇ ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ। ଜୋନ ଉପ ସଭାପତି ରୁପମ୍ ଦାସ ନୂତନ କର୍ମକର୍ତ୍ତା ଙ୍କୁ ଶପଥ ପାଠ କରାଇବା ସହିତ ଦାୟିତ୍ଵ ହସ୍ତାନ୍ତର କରିଥିଲେ। ତାଳଚେର ଶାଖା ର ପ୍ରତିଷ୍ଠାତା ଆଶିଷ ଅଗ୍ରୱାଲ କର୍ମକର୍ତ୍ତା ଙ୍କୁ ସଂଘଟିତ ହୋଇ ସମାଜ କଲ୍ୟାଣ ଦିଗରେ କାର୍ଯ୍ୟ କରିବା ପାଇଁ ଆଗେଇ ଆସିବାକୁ ମାର୍ଗ ଦର୍ଶନ କରିଥିଲେ।ଚଳିତ ବର୍ଷ ଜେଶିଆଇ ପକ୍ଷ ରୁ ବୃକ୍ଷ ରୋପଣ, ପାନୀୟ ଜଳ ପ୍ରକଳ୍ପ, ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ ଟ୍ରେନିଂ, ସ୍ବାସ୍ଥ୍ୟ ସେବା ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାଥ କୁ ନିଆ ଯାଇଥିବା ନୂତନ ସଭାପତି ଅରୁଣ ମୋଦି ସୂଚନା ଦେଇଥିଲେ। ଜେଶିଆଇ ର ପ୍ରକଳ୍ପ ନିର୍ଦ୍ଦେଶକ ଆକାଶ ମୋଦି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧନ ରେ ଅନୁଷ୍ଠିତ ସମାରୋହ ରେ ତାଳଚେର ଶାଖା ର ପୂର୍ବତନ ସଭାପତି ରାକେଶ ଗୁପ୍ତା, ବାସୁଦେବ ସାହୁ, ଦୀପ୍ତି ରଞ୍ଜନ ବିଶ୍ଵାଳ,ମୋନିସ ଅଗ୍ରୱାଲ,କୁଶଳ ଅଗ୍ରୱାଲ, କୋଷାଧ୍ୟକ୍ଷ ଜିତେନ୍ଦ୍ର ଅଗ୍ରୱାଲ, ସୁଶିଲ ସାହୁ, ଶୁଭ ଆଚାର୍ଯ୍ୟ, ହିତେଶ ଅଗ୍ରୱାଲ, ସୋବେନ୍ ମିଶ୍ର , ଲିପିକା ମିଶ୍ର, ପଲଭି ଅଗ୍ରୱାଲ, ତୃପ୍ତି ମୟୀ ସାହୁ, ରୋଟାରୀ କ୍ଲବ ର ସମ୍ପାଦକ ଆଇନ ଯିବି ହରେ କୃଷ୍ଣ ପାତ୍ର, ସମାଜସେବୀ ବଜରଙ୍ଗ ଅଗ୍ରୱାଲ, ବରିଷ୍ଠ ଆଇନ ଯିବି ଯଦୁମଣି ସାହୁ, ବିଭିନ୍ନ ଗଣ ମାଧ୍ୟମ ର ପ୍ରତିନିଧି ଙ୍କ ସମେତ, ମାରୱାଡ଼ି ମହିଳା ସମିତି ର କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *