• Fri. Feb 27th, 2026

KalaHira Live

ସଠିକ ନଜର, ନିରପେକ୍ଷ ଖବର

କେନ୍ଦ୍ରୀୟ ଶାସନତନ୍ତ୍ର ଖୁବଶୀଘ୍ର ଭାରତକୁ ହିନ୍ଦୁରାଷ୍ଟ୍ର ଘୋଷିତ କରୁ:-ଜଗତ ଗୁରୁ ଶଙ୍କରାଚାର୍ଯ୍ୟ l

Avatar

ByKalahira Live

Mar 31, 2025
Spread the love

(କଳାହୀରା ଲାଇଭ ):-:ତାଳଚେର ଦେଉଳଦେବା ଦୁର୍ଗାମଣ୍ଡପ ପଡିଆରେ ବିଶାଳ ହିନ୍ଦୁରାଷ୍ଟ୍ର ମହା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୁରୀ ଗୋବର୍ଧନ ପିଠା ଧୀଶ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ ଯୋଗଦେଇ ଦିବ୍ୟ ସନ୍ଦେଶ ପ୍ରଦାନ କରିଛନ୍ତି | କେନ୍ଦ୍ରୀୟ ଶାସନତନ୍ତ୍ର ବ୍ୟବସ୍ଥା ଖୁବ ଶିଘ୍ର ଭାରତକୁ ହିନ୍ଦୁ ରାଷ୍ଟ୍ର ରୂପେ ଘୋଷଣା କରିବାକୁ ସେ ପରାମର୍ଶ ଦେଇଛନ୍ତି | ଧର୍ମ,ନିୟନ୍ତ୍ରିତ, ଶୋଷଣ, ବିନିର୍ମିତ, ପକ୍ଷ ପାତ ବିହୀନ, ସର୍ବହିତ ପ୍ରଦ ଶାସନ,ଵିଧି ବ୍ୟବସ୍ଥା କରିବା ଉପରେ ସେ ଆଲୋକପାତ କରିଛନ୍ତି |ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଆଜି ଜଗତ ଗୁରୁଙ୍କ ଠାରୁ ଆଶ୍ରିବଚନ ଶୁଣିବା ସହ କୃପା ଭିକ୍ଷା କରିଛନ୍ତି | ସୁସଂକୃତ, ସୁରକ୍ଷିତ, ସୁଶିକ୍ଷିତ, ସମ୍ପର୍ଣ୍ଣ ସେବା ପାରାୟଣ ବ୍ୟକ୍ତି ତଥା ଆଦର୍ଶ ସମାଜର ସଂରକ୍ଷଣ ବୋଲି ସେ କହିଛନ୍ତି | ସମସ୍ତେ ପ୍ରଭୁ ପ୍ରେମୀ, ପ୍ରଭୁ ଭକ୍ତ, ସମସ୍ତେ ପ୍ରାରବ୍ଧ ଅନୁଯାୟୀ କାର୍ଯ୍ୟ କରିବା ଆବଶ୍ୟକ, ସମସ୍ତେ ସମସ୍ତଙ୍କ ପ୍ରତି ବ୍ୟବହାର ଉତ୍ତମ ରଖିବା ଆବଶ୍ୟକ ଉପରେ ଗୁରୁଜୀ କହିଥିଲେ |ସମସ୍ତ ସନାତନୀ ହିନ୍ଦୁ ଦୈନିକ 75 ମିନିଟ ସମୟ ଭଗବାନଙ୍କ ପାଇଁ ଦେବା ସହ ପରିବାରରୁ ଏକ ଟଙ୍କା ଲେଖାଏଁ ରଖି ସମାଜର କାର୍ଯ୍ୟରେ ଲଗାଇବା ଉଚିତ | ରାଷ୍ଟ୍ରୀୟ ନବବର୍ଷ ଅବସରରେ ଆଜି ସଚ୍ଚିଦାନନ୍ଦ ସରସ୍ବତୀ, ସ୍ୱାମୀ ନିର୍ବିକାଳ୍ପନାନନ୍ଦ ସରସ୍ବତୀ ଓ ବହୁ ସାଧୁ ସନ୍ଥଙ୍କ ସହିତ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପ୍ରାକ୍ତନ ସାଂସଦ ମହେଶ ସାହୁ, ନଗରପାଳ ପବିତ୍ର ଭୁତିଆଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଥିଲେ | ଆଦିତ୍ୟ ବାହିନୀର ରାଜ୍ୟ ସଭାପତି ପଣ୍ଡିତ ମାତୃ ପ୍ରସାଦ ମିଶ୍ର ସଂଯୋଜନା କରିଥିଲେ | ହିନ୍ଦୁ ରାଷ୍ଟ୍ର ମହାଧିବେଶନ କାର୍ଯ୍ୟକ୍ରମର ସଂଯୋଜକ ପର୍ଶୁରାମ ବାରିକ, ବରୁଣ ସାହୁ, ବୃନ୍ଦାବନ ବେହେରାଙ୍କ ସମେତ ଶତାଧିକ କର୍ମକର୍ତାଙ୍କ ଅକ୍ଲାନ୍ତ ପରିଶ୍ରମରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା | ତେବେ ଉକ୍ତ କାର୍ଯ୍ୟକ୍ରମରେ 10 ହଜାରରୁ ଉର୍ଦ୍ଧ ଜନସମାଗମ ହୋଇଥିଲା |

Leave a Reply

Your email address will not be published. Required fields are marked *