• Fri. Feb 27th, 2026

KalaHira Live

ସଠିକ ନଜର, ନିରପେକ୍ଷ ଖବର

ଜେଏସପି ପକ୍ଷରୁ ଓ.ପି ଜିନ୍ଦଲଙ୍କ ୨୦ତମ ପୁଣ୍ୟତିଥି ପାଳିତ, 751 ୟୁନିଟ ରକ୍ତଦାନ କରିବା ସହିତ ଶବ ବୁହା ଗାଡ଼ି ପ୍ରଦାନ କଲା ଜେଏସପି l

Avatar

ByKalahira Live

Mar 31, 2025
Spread the love

(କଳାହୀରା ଲାଇଭ) ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଅନୁଗୁଳ ପ୍ଲାଂଟ ପରିସରରେ ଜେଏସପିର ସମ୍ମାନୀୟ ପ୍ରତିଷ୍ଠାତା ଶ୍ରୀ ଓମ୍ ପ୍ରକାଶ ଜିନ୍ଦଲଙ୍କ ୨୦ତମ ପୁଣ୍ୟତିଥି ପାଳିତ ହୋଇଛି । ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜେଏସପିର କର୍ମଚାରୀ, ସେମାନଙ୍କ ପରିବାର ଏବଂ ସ୍ଥାନୀୟ ସମ୍ପ୍ରଦାୟର ସଦସ୍ୟମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଆୟୋଜିତ ହୋଇଥିବା ଏକ ରକ୍ତଦାନ ଶିବିରରେ ୭୫୧ ୟୁନିଟ ରକ୍ତ ସଂଗୃହିତ ହୋଇଛି, ଯାହା ମାନବ ସେବା ପ୍ରତି ଜେଏସପିର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି ।ଜିନ୍ଦଲ ନଗରର ଦେବଭୂମି ମନ୍ଦିରରେ ଅଖଣ୍ଡ ଶ୍ରୀରାମ ଚରିତ ମାନସ ପୂଜା ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଅନୁଗୁଳ ଶାଖା) ଶ୍ରୀ ପଙ୍କଜ ମଲହାନ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପ୍ରକଳ୍ପ) ଶ୍ରୀଯୁକ୍ତ ଦାମୋଦର ମିତ୍ତଲ, ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଶ୍ରୀଯୁକ୍ତ ଦିଲୀପ ସିହ୍ନାଙ୍କ ସମେତ ବିଭିନ୍ନ ବିଭାଗର ବିଭଗୀୟ ମୁଖ୍ୟ ଏବଂ ସେମାନଙ୍କ ପରିବାରର ସଦସ୍ୟ ଓ.ପି ଜିନ୍ଦଲ(ବାଉଜୀ)ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ଜେଏସପିର ସମାଜିକ ଦାୟିତ୍ୱବୋଧ ବିଭାଗ ଭାବେ କାର୍ଯ୍ୟରତ, “ଜିନ୍ଦଲ ଫାଉଣ୍ଡେସନ’’ ଏବଂ ଓଡ଼ିଶା ରକ୍ତ କେନ୍ଦ୍ର ଡିଏଚଏଚ ଅନୁଗୁଳ, ଆଠମଲ୍ଲିକ ଓ ତାଳଚେରର ମିଳିତ ସହାୟତାରେ ଏକ ରକ୍ତଦାନ ଶିବିର ସଫଳତାର ସହ ଆୟୋଜନ କରାଯାଇଥିଲା । ବାଉଜୀଙ୍କ ସମାଜସେବା ପ୍ରତିଥିବା ଦୂରଦୃଷ୍ଟି ଏବଂ “ମାନବ ସେବା ହିଁ ଇଶ୍ୱରଙ୍କ ସେବା’’ ବୋଲି ସେ ଯେଉଁ ଆଦର୍ଶରେ ବିଶ୍ୱାସ କରୁଥିଲେ ତାକୁ ଆଗକୁ ବଢ଼ାଇ ନେବା ସହ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ଜେଏସପି କର୍ମଚାରୀ ଏବଂ ସଂପ୍ରଦାୟ ପାଇଁ ଏକ ବାର୍ଷିକ ପରମ୍ପରା ପାଲଟିଯାଇଛି ।ଏହି ଅବସରରେ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନକୁ ଏକ ମୁକ୍ତିରଥ (ଶବବାହକ ଯାନ) ଦାନ କରାଯାଇଛି । ଏହି ମୁକ୍ତିରଥ ଅନୁଗୁଳ ଜିଲ୍ଲା ଡାକ୍ତରଖାନାରେ ରହିବ ଏବଂ ଅତ୍ୟାବଶ୍ୟକ ସେବା ଉବଲବ୍ଧ କରିବ । ମୃତବ୍ୟକ୍ତିଙ୍କ ଶବକୁ ସମ୍ମାନଜନକ ଭାବେ ତାଙ୍କ ସମ୍ପର୍କୀୟଙ୍କ ପାଖକୁ ପହଂଚାଇବା କ୍ଷେତ୍ରରେ ଏହି ରଥ ସେବା ଯୋଗଇଦେବ । ଜେଏସପିର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଶ୍ରୀଯୁକ୍ତ ଦିଲୀପ ସିହ୍ନା, ଜିଲ୍ଳା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥୃ୍ୟ ଅଧିକାରୀ ଡାକ୍ତର ଶିବାନନ୍ଦ ମହାନ୍ତିଙ୍କୁ ଓପଚାରିକ ଭାବେ ଗାଡ଼ିର ଚାବି ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ୟାନ୍ୟ ଅତିଥିବୃନ୍ଦ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ ।ଏହା ସହିତ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ସମାଜିକ ସଂଗଠନଗୁଡ଼ିକୁ ସୁଖିଲା ରାସନ ସାମଗ୍ରୀ ବଂଟନ କରାଯାଇଥିଲା । ଯାହା ସମାଜ କଲ୍ୟାଣ ପ୍ରତି ଏହାର ପ୍ରତିବଦ୍ଧତାକୁ ସୂଚାଉଛି ।ଶ୍ରୀମତି ସୀମା ମଲହାନ ଏବଂ ଶ୍ରୀମତି ଅନିତା ମିତ୍ତଲଙ୍କ ନେତୃତ୍ୱରେ ଜିନ୍ଦଲ ମହିଳା ସମିତିର ସଦସ୍ୟମାନେ, ବାଉଜୀଙ୍କ ମୁଲ୍ୟବୋଧ ଏବଂ ଦୂରଦୃଷ୍ଟିକୁ ସମ୍ମାନ ଜଣାଇ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କ ସହିତ ମିଶି ଏକାଧିକ କାର୍ଯ୍ୟକମରେ ସାମିଲ ହୋଇଥିଲେ ।ଦୂରଦର୍ଶିତା ଏବଂ ଉକ୍ରର୍ଷତାର ପ୍ରତୀକ ଶ୍ରୀ ଓ.ପି ଜିନ୍ଦଲ ଏକ ସାଧାରଣ କୃଷକ ପରିବାରରୁ ଆସି ଏକ ଅଗ୍ରଣୀ ଉଦ୍ୟୋଗପତି ଏବଂ ଦୂରଦୃଷ୍ଟି ସଂପନ୍ନ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ରାଷ୍ଟ୍ରନିର୍ମାଣରେ ତାଙ୍କ ଯୋଗଦାନ, ବିଶେଷକରି ଇସ୍ତାତ କ୍ଷେତ୍ରରେ ତାଙ୍କ ଯୋଗଦାନ ପାଇଁ ବେଙ୍ଗଲ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ତାଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା । ତାଙ୍କ ଜୀବନକାଳ ମଧ୍ୟରେ ସେ, ହରିୟାଣା ବିଧାନସଭାର ସଦସ୍ୟ, ସଂସଦର ସଦସ୍ୟ ଏବଂ ହରିୟାଣା ସରକାରଙ୍କ ଶକ୍ତିମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଆତ୍ମନିର୍ଭରଶୀଳତା ଏବଂ ଶିଳ୍ପ ଉକ୍ରର୍ଷତା ପ୍ରତି ତାଙ୍କ ଅଟଳ ପ୍ରତିବଦ୍ଧତା, ସମାଜସେବା ଏବଂ ରାଷ୍ଟ୍ର ନିର୍ମାଣର ମୂଲ୍ୟବୋଧକୁ ବଜାୟ ରଖି ଭାରତର ପ୍ରଗତିରେ ଯୋଗାଦାନ ଦେବା ପାଇଁ ଜେଏସପିର ମିଶନକୁ ମାର୍ଗଦର୍ଶନ ଦେଇଚାଲିଛି ।ଜେଏସପିର ଭୁବନେଶ୍ୱର କାର୍ଯ୍ୟାଳୟରେ ମଧ୍ୟ କର୍ମଚାରୀମାନେ ଶ୍ରୀ ଓ.ପି ଜିନ୍ଦଲଙ୍କ ୨୦ତମ ପୁଣ୍ୟତିଥି ପାଳନ କରାଯାଇଥିଲା । ଏହି ଅବସରରେ ସଭାପତି ଏବଂ ଗୋଷ୍ଠୀ ସିଏସଆର ମୁଖ୍ୟ ଶ୍ରୀ ପ୍ରଶାନ୍ତ ହେତା, ମେକ୍ ଇନ୍ ଇଣ୍ଡିଆ ଏବଂ ଶିଳ୍ପ ନେତୃତ୍ୱାଧୀନ ସମାଜିକ ସମୃଦ୍ଧିର ମୂଳଦୂଆରେ ଶ୍ରୀ ଓ.ପି ଜିନ୍ଦଲଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ ।

Leave a Reply

Your email address will not be published. Required fields are marked *