• Fri. Feb 27th, 2026

KalaHira Live

ସଠିକ ନଜର, ନିରପେକ୍ଷ ଖବର

ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘ ପକ୍ଷରୁ ଦ୍ଵବାର୍ଷିକି ଅଧିବେଶନ ଅନୁଷ୍ଠିତ

Avatar

ByKalahira Live

Mar 4, 2025
Spread the love

ଅନୁଗୋଳ ଜିଲ୍ଲା ଖଣ୍ଡିୟ ପରିଚାଳକ ଙ୍କ କାର୍ଯ୍ୟାଳୟ ଠାରେ ଆଜି ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘ ପକ୍ଷରୁ ଦ୍ଵବାର୍ଷିକି ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି। ଅଧିବେଶନକୁ ଜିଲ୍ଲା ସମ୍ପାଦକ ଅଶୋକ କୁମାର ମୁଦୁଲି ପରିଚାଳନା କରୁଥିବା ବେଳେ ମୁଖ୍ୟ ଅତିଥି ଭାବେ ଡିଭିଜନର ମ୍ୟାନେଜର ମଳୟ ରଞ୍ଜନ କଲୋ, ସମ୍ମାନିତ ଅତିଥି ଭାବେ କାର୍ଯ୍ୟକାରୀ ସଭାପତି ସଂଗ୍ରାମ କେସରୀ ପଟ୍ଟନାୟକ, ପୂର୍ବତନ ଆଞ୍ଚଳିକ ସମ୍ପାଦକ ଯୋଗେନ୍ଦ୍ର ଦଳାଇ, ମୁଖ୍ୟ ବକ୍ତା ଭାବେ ରଙ୍ଗାଧର ନାୟକ, ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ ଯୋଗ ଦେଇ ଥିଲେ। ପ୍ରଥମେ ଭାଗବାନ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଅଧିବେଶନ କୁ ଆଗକୁ ବଢ଼ି ଥିଲା। ବିଭିନ୍ନ ଭାଷଣ ପରେ ଦୁଇ ବର୍ଷ ର ଆୟବ୍ୟୟ ବିଷୟରେ ଆଲୋଚନା କରିବା ସହ କିଛି ଦାବି ମଧ୍ୟ ଉପସ୍ଥାପନ କରିଥିଲେ। ସଂଘ କୁ ଚଳାଇବା ପାଇଁ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ବ ହୋଇଥିଲା।

Leave a Reply

Your email address will not be published. Required fields are marked *