ତାଳଚେରରେ ଏକ ପ୍ରାଇଭେଟ୍ କୋଇଲା କମ୍ପାନୀ ରୁଙ୍ଗଟା ମାଇନ୍ସକୁ କୌଣସି ପ୍ରକାରେ ଜମି ଦେବୁ ନାହିଁ ବୋଲି ଉଭୟ ତାଳଚେର ବ୍ଲକର “କଙ୍କିଳି ଓ ଧରମପୁର”ଗ୍ରାମ ବାସୀ ତଥା ପଞ୍ଚାୟତବାସୀ ତାଳଚେର ଉପଜିଲ୍ଲାପାଳ ଙ୍କ ପ୍ରକୋଷ୍ଠ ରେ ହେଉଥିବା ବୈଠକରେ ରୋକ୍ ଠୋକ ଭାବେ କରିଦେଇଛନ୍ତି । ସୂଚନା ଅନୁସାରେ କଙ୍କିଳି ଓ ଧରମପୁର ଗ୍ରାମ ପଞ୍ଚାୟତ ର ୧୧ଟି ଗାଁ କୁ ନେଇ ଏକ ଘରୋଇ କୋଲ ବ୍ଲକ ରୁଙ୍ଗଟାର କୋଇଲାଖଣି ହେବାକୁ ଯାଉଛି ବୋଲି ଗ୍ରାମବାସୀ ମାନେ ଜାଣିବାକୁ ପାଇଥିଲେ। ତେବେ ଏମ୍.ସି.ଏଲକୁ ଖଣି ପାଇଁ ମଞ୍ଜୁରୀ ପ୍ରଦାନ ନକରି ଘରୋଇ କମ୍ପାନୀ କୁ ମଞ୍ଜୁରୀ ପ୍ରଦାନ କରିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଇଛି ।

