ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ତାଙ୍କୁ ଯେଉଁ ଭଳି ଭାବେ ବର୍ତ୍ତମାନର ସରକାର ଅପମାନ ଦେଇଥିବା ଅଭିଯୋଗ ଓ ଉଦେଶ୍ୟମୂଳକ ଭାବେ ପଞ୍ଚାୟତିରାଜ ଦିବସ ପାଳନ ନ କରାଯାଇଥିବା ଆଦି ଅଭିଯୋଗ କ୍ରମେ ଆଜି ତାଳଚେର ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ ଗର୍ଜିଛି ତାଳଚେର ବିଜେଡ଼ି l ଏହି କ୍ରମରେ ଆଜି ମାନ୍ୟବର ବିଧାୟକ ତାଳଚେର ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନଙ୍କ ନେତୃତ୍ୱରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ ନକରିବା ପାଇଁ ବିଜେପି ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ତାଳଚେର ବିଜୁ ଜନତା ଦଳ ପକ୍ଷରୁ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତେବେ ବର୍ତ୍ତମାନର ରାଜ୍ୟ ସରକାର ଯେଉଁଭଳି ଭାବରେ ବିଜୁ ବାବୁଙ୍କୁ ଅପମାନ ଦେଇଛନ୍ତି ତାହା ପ୍ରତି ବଦଳରେ ବର୍ତ୍ତମାନର ସରକାରଙ୍କୁ କଡା ଜବାବ ଦିଆଯିବା ସହିତ ଜୋରଦାର ବିରୋଧ କରାଯିବ ବୋଲି ବିଶିଷ୍ଠ ବିଜେଡ଼ି ନେତା ତଥା ଯୁବ ଆଇନଜୀବି ରାଜେଶ ଦାସ ଉକ୍ତ ସଭାରେ ମତ ପୋଷଣ କରିଥିଲେ l ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେଡ଼ି କର୍ମୀ ସାମିଲ ହୋଇ ଆଗାମୀ ଦିନରେ ତାଳଚେର ବିଜେଡ଼ି ଓ ଜନ ପ୍ରିୟ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ହାତ ମୁଠାକୁ ଟାଣ କରାଯିବା ନେଇ ଆହ୍ୱାନ ଦେଇଥିଲେ l

