ଆନ୍ତର୍ଜାତିୟ ମହିଳା ଦିବସ ଉପଲକ୍ଷେ ମହିଳାଙ୍କୁ ସିଲାଇ ମେସିନ ବଣ୍ଟନ କରାଯାଇଛି l ଏହି ଅବସରରେ ଡେରା ଗ୍ରାମ ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଦିତ୍ୟ ବିର୍ଲା ଗ୍ରୁପ ଅଫ କମ୍ପାନୀ ପକ୍ଷରୁ ଆୟୋଜିତ ଉକ୍ତ ସିଲାଇ ମେସିନ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡେ଼ରା ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ ଗୀତିଶ କୁମାର ପ୍ରଧାନ ଯୋଗ ଦେଇଥିଲେ l ତେବେ ସମାଜରେ ମହିଳା ମାନଙ୍କ ଭୂମିକା ଓ ମହିଳା ମାନଙ୍କ ଅବଦାନ କେତେ ଜରୁରୀ ସେ ବିଷୟରେ ମୁଖ୍ୟ ଅତିଥି ନିଜର ଅଭିଭାଷଣ ରଖିବା ସହିତ ଆଲୋକପାତ କରିଥିଲେ l ତେବେ ଆଦିତ୍ୟ ବିର୍ଲା କମ୍ପାନୀ ପକ୍ଷରୁ ଉକ୍ତ ପଞ୍ଚାୟତର 50 ଜଣ ମହିଳାଙ୍କୁ ସ୍ୱାବଲମ୍ବୀ କରାଇବା ନିମନ୍ତେ ସିଲାଇ ମେସିନ ବଣ୍ଟନ କରାଯାଇଥିଲା ଏବଂ ତଥ୍ ସହିତ ପଞ୍ଚାୟତରେ ରହିଥିବା ସିଲାଇ ସେଣ୍ଟରକୁ 25 ଟି ସିଲାଇ ମେସିନ ପ୍ରଦାନ କରାଯାଇଥିଲା l ତେବେ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଦିତ୍ୟ ବିର୍ଲା ଗ୍ରୁପ ଅଫ କମ୍ପାନୀର ଏହି ସୁନ୍ଦର ପ୍ରୟାସକୁ ଖୁବ ପ୍ରଶଂସା କରିଛନ୍ତି ଯୁବ ସରପଞ୍ଚ ଗୀତିଶ କୁମାର ପ୍ରଧାନ l

