• Thu. Feb 26th, 2026

KalaHira Live

ସଠିକ ନଜର, ନିରପେକ୍ଷ ଖବର

ବଡଯୋରଡ଼ା ଗ୍ରାମରେ ହନୁମାନ ଜୟନ୍ତୀ ପାଳିତ,ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଦ୍ୱାରା ଉଦଘାଟନ ହେଲା ନୂତନ ଭୋଗ ମଣ୍ଡପ l

Avatar

ByKalahira Live

Apr 14, 2025
Spread the love

(କଳାହୀରା ଲାଇଭ )

ଆଜି ପବିତ୍ର ହିନ୍ଦୁ ନବ ବର୍ଷ ତଥା ବିଷୁବ ପଣା ସଂକ୍ରାନ୍ତି ଓ ପ୍ରଭୁ ହନୁମାନଙ୍କ ଜୟନ୍ତୀ l ଏହି ଅବସରରେ ତାଳଚେର ବ୍ଲକ ଅନ୍ତର୍ଗତ ବଡଯୋରଡ଼ା ଗ୍ରାମର ହନୁମାନ ବାଟିକା ଠାରେ ମହା ଆଡମ୍ବରରେ ପ୍ରଭୁ ହନୁମାନଙ୍କ 15 ତମ ଜୟନ୍ତୀ ପାଳିତ ହୋଇଯାଇଛି l ଆଜି ଭୋର ସମୟରୁ ମୁଖ୍ୟ ପୂଜକ ରୁଦ୍ର ମୋହନ ଦ୍ବିବେଦ୍ବୀ ପ୍ରଭୁ ହନୁମାନଙ୍କ ଦ୍ୱାର ଫିଟା ନୀତି ଶେଷ କରି ସକାଳ ଧୂପ ଓ ବିଭିନ୍ନ ପ୍ରକାରର ନୀତିକାନ୍ତି ଶେଷ କରିବା ସହିତ ସମାଜର ଶାନ୍ତି ରକ୍ଷା ନିମନ୍ତେ ହୋମ ଯଂଜ୍ଞ କରିବା ସହିତ ବିଭିନ୍ନ ପ୍ରକାରର ପୂଜା ପାଠ କରିଥିଲେ l ତେବେ ମନ୍ଦିର ପ୍ରାଙ୍ଗଣରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଈ ବିଧାୟକଙ୍କ ନିଜସ୍ୱ ପାଣ୍ଠିରୁ 8 ଲକ୍ଷ 30 ହଜାର ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ଗୋଟିଏ ରୋଷଶାଳା ଓ ଗୋଟିଏ ଭୋଗ ମଣ୍ଡପ ଉଦଘାଟନ କରିଥିଲେ l ତେବେ ମନ୍ଦିର କମିଟି ତରଫରୁ ଗୋଟିଏ ରାମେଶ୍ୱର ମନ୍ଦିର ନିର୍ମାଣ ନିମନ୍ତେ ବିଧାୟକଙ୍କୁ ନିବେଦନ କରାଯାଇଥିଲା ବେଳେ ବିଧାୟକ ମଧ୍ୟ ଖୁବ ଶୀଘ୍ର ହନୁମାନ ବାଟିକା ପରିସରରେ ରାମେଶ୍ୱର ମନ୍ଦିର ସ୍ଥାପନା କରାଯିବା ନେଇ ସହମତି ପ୍ରଦାନ କରିଥିଲେ l ତେବେ ମନ୍ଦିର ପ୍ରାଙ୍ଗଣରେ ହଜାର ହଜାର ଭକ୍ତଙ୍କ ସାମଗମ ହୋଇଥିବା ବେଳେ ଭକ୍ତଙ୍କ ପାଇଁ ପଣା ଓ ପ୍ରସାଦର ବ୍ୟବସ୍ଥା ମନ୍ଦିର କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା l
ତେବେ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଅମୀୟ ପ୍ରଧାନ, ସରପଞ୍ଚ ଜିତେନ୍ ବେହେରା, ଗ୍ରାମ ସଭାପତି ହିମାଂଶୁ ଶେଖର ସାହୁ, ଜବାହାର ପ୍ରଧାନ,ବିଦେଶୀ ଦେହୁରୀ, କିଶୋର ଚନ୍ଦ୍ର ପ୍ରଧାନ ଓ ଉଦୟ ନାଥ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ l

Leave a Reply

Your email address will not be published. Required fields are marked *