• Fri. Feb 27th, 2026

KalaHira Live

ସଠିକ ନଜର, ନିରପେକ୍ଷ ଖବର

ବିଜେପି ତାଳଚେର ବିଧାନସଭା କ୍ଷେତ୍ରର ସକ୍ରିୟ କାର୍ଯ୍ୟକର୍ତା ସମ୍ମିଳନୀ ଅନୁଷ୍ଠିତ l

Avatar

ByKalahira Live

Apr 19, 2025
Spread the love

କଳାହୀରା ଲାଇଭ:: ତାଳଚେର ବିଧାନସଭା କ୍ଷେତ୍ରର ବିଜେପି ସକ୍ରିୟ ସଦସ୍ୟ ସମ୍ମିଳନୀ ଦେଉଳବେଡା ଠାରେ ଅନୁଷ୍ଠିତ ହୋଇଯାଇଛି |ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ ଙ୍କର ଅଧ୍ୟକ୍ଷତା ଉକ୍ତ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ସଂଯୋଜନା କରିଥିଲେ |ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ଓ ରାଜ୍ୟ ଏସସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଚନ୍ଦନ ସ୍ୱରାଜ ପ୍ରଶିକ୍ଷକ ଭାବେ ଯୋଗଦେଇ ସାଙ୍ଗଠନିକ ବିଷୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର 11ବର୍ଷ ଶାସନ ରେ ବିକଶିତ ଭାରତ ଉପରେ ଆଲୋକପାତ କରିଥିଲେ |ବିକଶିତ ତାଳଚେର ଗଠନ ପାଇଁ ମୋଦୀ ସରକାର ମୋହନ ସରକାର ଏବଂ ବିଶେଷ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଳଚେର ବିଧାନସଭା ନେତା କାଳନ୍ଦି ସାମଲ ଙ୍କର ପ୍ରୟାସ ଜାରି ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା |ତାଳଚେର ବିଧାନସଭା ସଂଯୋଜକ ରତ୍ନାକର ସାହୁ ଓ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ପ୍ରମୁଖ ସାଙ୍ଗଠନିକ ବିସ୍ତାର ଓ ଧନ୍ୟବାଦ ପ୍ରଦାନ କରିଥିଲେ |ସମସ୍ତ 6 ଟି ମଣ୍ଡଳ ର ଶତାଧିକ ସକ୍ରିୟ ସଦସ୍ୟ ସମସ୍ତ ନିର୍ବାଚିତ ପ୍ରତିନିଧି, ମଣ୍ଡଳ ସଭାପତି ଓ କର୍ମକର୍ତା ମାନେ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *