• Fri. Feb 27th, 2026

KalaHira Live

ସଠିକ ନଜର, ନିରପେକ୍ଷ ଖବର

ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନର ବାର୍ଷିକ ବନ୍ଧୁ ମିଳନ ଓ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ।

Avatar

ByKalahira Live

Apr 23, 2025
Spread the love

(କଳାହୀରା ଲାଇଭ) ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନର ବାର୍ଷିକ ବନ୍ଧୁ ମିଳନ ଏବଂ ନୂତନ କର୍ମକର୍ତ୍ତା ଚୟନ ସ୍ଥାନୀୟ ପଞ୍ଚାୟତ ସମିତି ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପ୍ରଥମେ ସଂଘର ପୂର୍ବତନ ସମ୍ପାଦକ ସୌଭାଗ୍ୟ ଚନ୍ଦ୍ର ନାୟକ ଆୟବ୍ୟୟର ବାର୍ଷିକ ବିବରଣୀ ପାଠ କରିଥିଲେ । ପରେ ନିୟମ ମୁତାବକ ପଦ ପଦବିରେ ଥିବା ପୁରୁଣା କର୍ମକର୍ତ୍ତା ମାନେ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ । ପରେ ନୂତନ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ ଅଧିକାରୀ ଭାବେ ସଂଘର ସଦସ୍ୟ ଅଜୟ କୁମାର ନାୟକ ଏବଂ ମଣ୍ଟୁ ମହାନ୍ତିଙ୍କୁ ଦାୟିତ୍ଵ ଦିଆଯାଇଥିଲା । ସମସ୍ତ କାର୍ଯ୍ୟ କିଭଳି ଶାନ୍ତିଶୃଙ୍ଖଳାର ସହ ସମାପନ ହେବ ସେ ନେଇ ସଂଘର ବରିଷ୍ଠ ସଦସ୍ୟ ଧୀର ମୋହନ ରାୟଙ୍କୁ ସ୍ଵତନ୍ତ୍ର ଦାୟିତ୍ଵ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ସୁରୁଖୁରୁରେ ନିର୍ବାଚନ ହେବା ସହ ସର୍ବସମ୍ମତି କ୍ରମେ ନୂତନ ସଭାପତି ଭାବେ ମଦନ ମୋହନ ସାହୁ , ଉପ-ସଭାପତି ଭାବେ ଅଜୟ କୁମାର ନାୟକ , ସାଧାରଣ ସମ୍ପାଦକ ଭାବେ ସୌଭାଗ୍ୟ ଚନ୍ଦ୍ର ନାୟକ , ସହ ସମ୍ପାଦକ ଭାବେ ଦୁର୍ଗା ପ୍ରସାଦ ସ୍ୱାଇଁ , କାର୍ଯ୍ୟକାରୀ ସଭାପତି ଭାବେ ସଞ୍ଜୟ କୁମାର ଦଳେଇ ଏବଂ ଶୟଦ୍ ଯୁଲ୍ଫିକର ହୁସେନ , କୋଷାଧ୍ୟକ୍ଷ ଭାବେ ସୌମିତ୍ର ସେନାପତି , ଅଡିଟର ଭାବେ ବାପୁଜୀ ସାମଲ ଏବଂ ଉପଦେଷ୍ଟା ଭାବେ ଧୀର ମୋହନ ରାୟ ମନୋନୀତ ହୋଇଥିଲେ । ନୂତନ କର୍ମକର୍ତ୍ତା ଆଗାମୀ ଦିନରେ ସଂଘର ଉନ୍ନତି ପାଇଁ କେଉଁ ସବୁ ଆଭିମୁଖ୍ୟ ଗ୍ରହଣ କରିବେ ସେ ନେଇ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ସଂଘକୁ ଆହୁରି ଅଧିକ ସୁଦୃଢ଼ କରିବା ପାଇଁ ଆଉ କିଛି ସଦସ୍ୟଙ୍କୁ ସଂଘରେ ଗ୍ରହଣ କରିବା ନେଇ ନିଷ୍ପତି ହୋଇଥିଲା। ସମସ୍ତ କାର୍ଯ୍ୟରେ ସଂଘର ସଦସ୍ୟ ବାସୁଦେବ ପ୍ରଧାନ, ମନିଲ ମହାରଣା , ମଣ୍ଟୁ ମହାନ୍ତି , ନିରଞ୍ଜନ ସାମଲ , ରୁଦ୍ର ମୋହନ ଗଡ଼ନାୟକ , ନରୋତ୍ତମ ସାହୁ , ଶିଶିର କୁମାର ସାମଲ , ରାଉତରାୟ ନାଏକ , ରବୀନ୍ଦ୍ର ମହାରଣା , ଦେବ ରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ରହି ବିଶେଷ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *