କଳାହୀରା ଲାଇଭ :- ସୀତାରାମ ପରିଷଦ ଏକ ଆଧ୍ୟାତ୍ମିକ, ଧାର୍ମିକ ଓ ସାର୍ବଜନୀନ ଅନୁଷ୍ଠାନ ଯାହା ଦୀର୍ଘ ଅଠର ବର୍ଷ ଧରି ତାଳଚେର ସହର ମଧ୍ୟରେ ଶ୍ରୀ ଶ୍ରୀ ସଙ୍କଟମୋଚନ ହନୁମାନ ମନ୍ଦିର ପ୍ରତିଷ୍ଠା ପୂର୍ବକ ସ୍ଥାନୀୟ ଜନସାଧାରଣଙ୍କ ମନରେ ଆଧ୍ୟାତ୍ମିକତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ପ୍ରତ୍ୟେକ ବର୍ଷ ନିର୍ଦ୍ଧାରିତ ତିଥିରେ ନବଦିନ ବ୍ୟାପି ଶ୍ରୀରାମ ଚରିତ ମାନସ ପଠନ ଏବଂ ଓଡିଶା ତଥା ଓଡିଶା ବାହାରର ପ୍ରତିଷ୍ଠିତ କଥାକାର ମାନଙ୍କୁ ଆମନ୍ତ୍ରଣ କରି ପ୍ରବଚନ କାର୍ଯ୍ୟକ୍ରମ ସୁସମ୍ପନ୍ନ କରିଆସୁଛି। ଚଳିତ ବର୍ଷ ମଧ୍ୟ ଅପ୍ରେଲ ୨୯ ତାରିଖରୁ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ଏହା ମଇ ୦୭ ତାରିଖରେ ସମାପନ ହେବ। ତାଳଚେର ର ଶ୍ରୀ ଜଗନ୍ନାଥ ମନ୍ଦିର ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ୧୦୮ କଳସ ପୂଜାର୍ଚନା ପରେ ମହିଳା ପୁରୁଷ ଓ ଯୁବତୀ ଯୁବକ ଶ୍ରଦ୍ଧାଳୁ ମାନଙ୍କ ଜରିଆରେ ଏକ ଶୋଭାଯାତ୍ରା ରେ ଅଣାଯାଇ ମନ୍ଦିର ପ୍ରାଙ୍ଗଣରେ ଥିବା ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା,ପ୍ରତ୍ୟହ ସନ୍ଧ୍ୟାରେ ସନ୍ଥ ଏବଂ ପଣ୍ଡିତ ମାନଙ୍କ ଶ୍ରୀ ମୂଖରୁ ରାମ କଥା ପରିବେଷଣ ଏବଂ କଳୁଷିତ ବାତାବରଣ କୁ ଦୂରୀଭୂତ କରିବା ପାଇଁ ମନ୍ତ୍ର ପାଠ ସହ ଶାନ୍ତି ଯଜ୍ଞ କରାଯାଉଛି , ଦିନାଙ୍କ ମଇ ୭ ତାରିଖ ବୁଧବାର ରେ ଯଜ୍ଞ ର ପୂର୍ଣାହୁତି ଓ ସନ୍ଧ୍ୟାରେ ପ୍ରସାଦ ସେବନର ବ୍ୟବସ୍ଥା ରହିଛି, ଏହି ଆଧ୍ୟାତ୍ମିକ, ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ପ୍ରଭୂ ଶ୍ରୀରାମ ଓ ସଙ୍କଟମୋଚନ ହନୁମାନଙ୍କର କୃପାଲାଭ କରିବା ସହିତ ରାମ କଥା ଶ୍ରବଣ ନିମିତ୍ତ ସୀତାରାମ ପରିଷଦ, ହାଟତୋଟା ତରଫରୁ ନିବେଦନ କରାଯାଇଛି l

