• Fri. Feb 27th, 2026

KalaHira Live

ସଠିକ ନଜର, ନିରପେକ୍ଷ ଖବର

ଜିନ୍ଦଲ ନଗରରେ ନୀଳାଦ୍ରି ବିଜେ: ଦେବଭୂମିର ରତ୍ନବେଦୀକୁ ଫେରିଲେ ଶ୍ରୀ ଚତୁର୍ଦ୍ଧାମୂର୍ତ୍ତି l

Avatar

ByKalahira Live

Jul 19, 2025
Spread the love

କଳାହିରା ଲାଇଭ:-:ଜିନ୍ଦଲ ନଗରର ଦେବଭୂମି ମନ୍ଦିର ପରିସରରେ ପବିତ୍ର ନୀଳାଦ୍ରି ବିଜେ ଭକ୍ତି ଏବଂ ଉତ୍ସାହର ସହିତ ପାଳିତ ହୋଇଯାଇଛି । ଜିନ୍ଦଲ ନଗର ଏବଂ ନିକଟସ୍ଥ ଗ୍ରାମରୁ ହଜାର ହଜାର ଭକ୍ତ ଏକତ୍ରିତ ହୋଇ ବଡ଼ଠାକୁର ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ଜଗନ୍ନାଥ ଏବଂ ଶ୍ରୀ ସୁଦର୍ଶନଙ୍କୁ ଶ୍ରୀ ମନ୍ଦିରକୁ ପାଛୋଟି ନେଇଥିଲେ ।ଦେବଭୂମିର ପ୍ରଥମ ସେବିକା ଓ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ପ୍ରଥମ ସେବକ ଓ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ତଥା କୁରୁକ୍ଷେତ୍ରରୁ ୩ଥର ନିର୍ବାଚିତ ହୋଇଥିବା ସାଂସଦ ଶ୍ରୀ ନବୀନ ଜିନ୍ଦଲଙ୍କ ପତ୍ନୀ ଶ୍ରୀମତି ଶାଲୁ ଜିନ୍ଦଲ ଶ୍ରଦ୍ଧା ଓ ସମର୍ପଣର ସହ ସମସ୍ତ ନୀତିକାନ୍ତି ମନ୍ଦିରର ମୁଖ୍ୟ ନୀତି ପରାମର୍ଶଦାତା ଶ୍ରୀକାନ୍ତ ଜୀଙ୍କ ମାର୍ଗଦର୍ଶନରେ କରିଥିଲେ ।ରଥ ଶୋଧ, ମଣିମା ଡାକ, ଏବଂ ଦ୍ୱାର ଫିଟା ଭଳି ପାରମ୍ପାରିକ ରୀତିନୀତି ସହିତ ଏହି ଦିନଟି ଆରମ୍ଭ ହୋଇଥିଲା। ତାପରେ ମଙ୍ଗଳ ଆରତୀ, ତଡପ ଲାଗି ଏବଂ ଅବକାଶ ନୀତି ସହିତ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ସ୍ୱତନ୍ତ୍ର ବେଶରେ ସୁସଜ୍ଜିତ କରାଯାଇଥିଲା ଏବଂ ରୋଷ ହୋମ, ସୂର୍ଯ୍ୟପୂଜା ସାଙ୍ଗକୁ ଦ୍ୱାରପାଳ ପୂଜା ଭଳି ରୀତିନୀତି ସମ୍ପୂର୍ଣ୍ଣ ପବିତ୍ରତା ସହିତ କରାଯାଇଥିଲା।ଏହି ପବିତ୍ର ଦିନରେ ଗୋପାଳ ବଲ୍ଲଭ, ବେଶ ଆରତୀ ଏବଂ ସର୍ବସାଧାରଣ ଦର୍ଶନ ସହିତ ଶ୍ରଦ୍ଧାଳୁ ମାନେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ଇଶ୍ୱରୀୟ ରୂପ ଦେଖିବାର ସୁଯୋଗ ପାଇଥିଲେ | ଧୂପ ଏବଂ ପହୁଡ ଭଳି ମଧ୍ୟାହ୍ନ ନୀତିକାନ୍ତି ପରେ ପହୁଡ ଫିଟା, ସନ୍ଧ୍ୟା ଆରତୀ, ଭଜନ ଏବଂ କୀର୍ତ୍ତନ ଯୋଗୁ ମନ୍ଦିର ଏବଂ ରଥ ନିକଟରେ ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା |ଭକ୍ତମାନେ ପ୍ରସାଦ ପାଇବା ସହିତ ମୁଖ୍ୟ ସେବିକାଙ୍କ ଦ୍ୱାରା ଅନୁଷ୍ଠିତ ମଙ୍ଗଳାର୍ପଣ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିଲେ। ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ଗୋଟି ପହଣ୍ଡି। ଏହା ପରେ ମହାପ୍ରଭୂ ବଡ ଭାଇ ଓ ଭଉଣୀକୁ ନେଇ ରତ୍ନବେଦୀକୁ ଫେରିଥିଲେ ।ଲକ୍ଷ୍ମୀ ଠାକୁରାଣୀଙ୍କ ରୋଷ, ରସଗୋଲା ଭୋଗ, ମାନ ଭଞ୍ଜନ, ବଡ଼ ସିଂହାର ଏବଂ ପହୁଡ ସମେତ ନୀଳାଦ୍ରି ବିଜେ ନୀତି ଠିକ ଶ୍ରୀମନ୍ଦିର ଭଳି ଦେଖି ଭକ୍ତମାନେ ଆନନ୍ଦ ପ୍ରକାଶ କରିଥିଲେ। ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇବା ସହିତ ଏହି ପବିତ୍ର ମହାପର୍ବରେ ସାମିଲ ହୋଇ ଭକ୍ତ ମାନେ ନିଜକୁ ଧନ୍ୟ ମନେ କରିଥିଲେ ।ଶ୍ରୀ ଚତୁର୍ଦ୍ଧାମୂର୍ତ୍ତୀଙ୍କ ନିକଟରେ ନିଜର ଭକ୍ତି ନୈବେଦ୍ୟ ସମର୍ପଣ କରିବା ସହିତ ଶ୍ରୀମତୀ ଶାଲୁ ଜିନ୍ଦଲ, ସମସ୍ତ ନୀତିକାନ୍ତି ଓ ଭକ୍ତିର ଭାବରେ ଲଗାତାର ଚାରି ବର୍ଷ ଧରି ରଥଯାତ୍ରାକୁ ସଫଳତାର ସହିତ ପରିଚାଳନା କରି ଆସିଥିବାରୁ ସ୍ଥାନୀୟ ସମ୍ପ୍ରଦାୟ ଏବଂ ସମସ୍ତ ଜିନ୍ଦଲବାସୀଙ୍କୁ କୃତଜ୍ଞତା ଜଣାଇଥିଲେ।ଅନୁଗୁଳ ସମେତ ଓଡ଼ିଶାବାସୀ ଏବଂ ସମସ୍ତ ଭାରତୀୟଙ୍କ ଉପରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ପାଇଁ ଜିନ୍ଦଲ ପରିବାର ପକ୍ଷରୁ ଶ୍ରୀମତୀ ଶାଲୁ ଜିନ୍ଦଲ ଆନ୍ତରିକ ପ୍ରାର୍ଥନା କରିଥିଲେ। ଏହି ଆଧ୍ୟାତ୍ମିକ ଉତ୍ସବକୁ ସଫଳ କରିବା ପାଇଁ ସମର୍ପିତ ପ୍ରୟାସ ପାଇଁ ସେ ସମଗ୍ର କର୍ମଚାରୀ, ସେବାୟତ, ଗଣମାଧ୍ୟମ, ସ୍ଥାନୀୟ ପ୍ରଶାସନ, ସମ୍ପ୍ରଦାୟ ସଦସ୍ୟ ଏବଂ ସ୍ଥାନୀୟ ପରିଚାଳନା କମିଟିକୁ ମଧ୍ୟ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ।ପୁରୀ ରଥଯାତ୍ରା ସମୟରେ ଘିଅନ୍ନ, ଡାଲମା ଏବଂ ଖଟା ସହିତ ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ଗରମ ରନ୍ଧା ଖାଦ୍ୟ ପରିବେଷଣ କରିଥିବାରୁ ଟିମ୍ ଜିନ୍ଦଲ ଫାଉଣ୍ଡେସନକୁ ଶ୍ରୀମତୀ ଜିନ୍ଦଲ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *