• Thu. Feb 26th, 2026

KalaHira Live

ସଠିକ ନଜର, ନିରପେକ୍ଷ ଖବର

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଜାତୀୟ ପୋଷଣ ସପ୍ତାହ ୨୦୨୫ ଆରମ୍ଭ l

Avatar

ByKalahira Live

Sep 2, 2025
Spread the love

(କଳାହୀରା ଲାଇଭ )ଜିନ୍ଦଲ ଷ୍ଟିଲର ସାମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଅନୁଗୁଳ ଜିଲ୍ଲାର ନତଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ମହିତଳା ଗ୍ରାମରେ ଏକ ଉଦଘାଟନୀ କାର୍ଯ୍ୟକ୍ରମ ସହିତ ଜାତୀୟ ପୋଷଣ ସପ୍ତାହ ୨୦୨୫ର ଶୁଭାରମ୍ଭ ହୋଇଛି । ସନ୍ତୁଳିତ ପୁଷ୍ଟିସାର, ସୁସ୍ଥ ଖାଦ୍ୟ ଅଭ୍ୟାସ ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ସଚେତନତା ସୃଷ୍ଟି କରି କୁପୋଷଣ, ରକ୍ତହୀନତା, ବୟସ ଅନୁସାରେ ଓଜନ ଏବଂ ଉଚ୍ଚତା ବୃଦ୍ଧି ସମ୍ପର୍କରେ ଜାଗରଣ ସୃଷ୍ଟି କରିବା ହେଉଛି ଏହାର ମୂଳଲକ୍ଷ୍ୟ ।ଉଦଘାଟନୀ ଦିବସରେ ଏକ ସ୍ୱାସ୍ଥ୍ୟ ତଥା ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୧୦୦ରୁ ଅଧିକ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ। ଆଇସିଡିଏସ ଛେଣ୍ଡିପଦାର ସହଯୋଗରେ ଆୟୋଜିତ ଏହି ଶିବିରରେ ସନ୍ତୁଳିତ ଖାଦ୍ୟ, ହାତ ଧୋଇବା ଅଭ୍ୟାସ ଏବଂ ଦୈନନ୍ଦିନ ପରିଷ୍କାର ପରିଚ୍ଛନ୍ନତାର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା। ସ୍ଥାନୀୟ ଅଂଚଳରେ ଉପଲବ୍ଧ ଖାଦ୍ୟ ସାମଗ୍ରୀକୁ କିପରି ସୁଲଭ ଏବଂ ପୁଷ୍ଟିକର ଖାଦ୍ୟରେ ପରିଣତ କରାଯାଇପାରିବ ତାହା ପ୍ରଦର୍ଶନୀରେ ଜରିଆରେ ଗ୍ରାମବାସୀଙ୍କୁ ଅବଗତ କରାଯାଇଥିଲା । ଏହି ଅଧିବେଶନ ଅବସରରେ ସଜନା ଗଛ ରୋପଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ଛେଣ୍ଡିପଦାର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସୁଷମା ସେଠି, ଆଇସିଡିଏସ ପର୍ଯ୍ୟବେକ୍ଷକ ଶ୍ରୀମତୀ କାମିନୀ ବାଳା ସାହୁ, ସିଏସଆର ବିଭାଗର ଅନୁଗୁଳ ମୁଖ୍ୟ ଶ୍ରୀ ଜୟନ୍ତ କୁମାର ମହାନ୍ତି, ସିଏସଆର ଟିମର ସଦସ୍ୟ ଏବଂ ଅଙ୍ଗନୱାଡି କର୍ମୀଙ୍କ ଉପସ୍ଥିତିରେ ଉଦଘାଟନ କରାଯାଇଥିଲା ।ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ଏବଂ ଆଚରଣଗତ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱ ଦିଆଯିବ। ସେହିପରି ପ୍ରସବ ପୂର୍ବର ଯତ୍ନ, ସର୍ବୋତ୍ତମ ସ୍ତନ୍ୟପାନ ଅଭ୍ୟାସ, ପରିପୂରକ ଖାଦ୍ୟ, ରକ୍ତହୀନତା ନିୟନ୍ତ୍ରଣ, ଅଭିବୃଦ୍ଧିରେ ତଦାରଖ, ସନ୍ତୁଳିତ ଖାଦ୍ୟ, ବିବାହର ସଠିକ ବୟସ ଏବଂ ପରିମଳ ବ୍ୟବସ୍ଥା ଆଦି ପ୍ରମୁଖ କ୍ଷେତ୍ର ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଜୀବନର ପ୍ରଥମ ୧୦୦୦ ଦିନ ବିଷୟରେ ମଧ୍ୟ ସଚେତନତା ସୃଷ୍ଟି କରାଯିବ, କାରଣ ଶିଶୁର ସାମଗ୍ରିକ ବିକାଶ ପାଇଁ ଏହି ସମୟକୁ ମହତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ ।ଏଥିସହିତ କୁପୋଷଣ ରୋକିବା ଉଦ୍ଦେଶ୍ୟରେ ଜିନ୍ଦଲ ଫାଉଣ୍ଡେସନ ‘ଚିରଞ୍ଜୀବ’ ଏବଂ ‘ସ୍ନେହ’ ଭଳି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି, ଯାହା ଓଡ଼ିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡରେ ଦୁର୍ବଳ ବର୍ଗର ପୁଷ୍ଟିକର ଆବଶ୍ୟକତାକୁ ପୂରଣ କରୁଛି ଏବଂ ବର୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଲୋକଙ୍କୁ ପୋଷଣ ପ୍ରଦାନ କରିପାରିଛି । ଆନିମିଆ ମୁକ୍ତ ଭାରତ ଅଭିଯାନ ଅଧୀନରେ, ଜିନ୍ଦଲ ଫାଉଣ୍ଡେସନ ସାରା ଭାରତରେ ୮ ଲକ୍ଷରୁ ଅଧିକ ଝିଅଙ୍କୁ ମଧ୍ୟମ ଏବଂ ଗୁରୁତର ରକ୍ତାହୀନତା ସମସ୍ୟାରୁ ଉଦ୍ଧାର କରିପାରିଛି ।

Leave a Reply

Your email address will not be published. Required fields are marked *