• Thu. Feb 26th, 2026

KalaHira Live

ସଠିକ ନଜର, ନିରପେକ୍ଷ ଖବର

ଅନୁଗୁଳ ଓ.ପି. ଜିନ୍ଦଲ ସ୍କୁଲ୍ ରେ ଗୁରୁ ଦିବସ ପାଳିତ l

Avatar

ByKalahira Live

Sep 6, 2025
Spread the love

(କଳାହୀରା ଲାଇଭ):ଜିନ୍ଦଲ ନଗରସ୍ଥିତ ଓ.ପି. ଜିନ୍ଦଲ ସ୍କୁଲ୍ ପରିସରରେ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶ ମଧ୍ୟରେ ଅତି ଉତ୍ସାହର ସହିତ ଗୁରୁ ଦିବସ ପାଳିତ ହୋଇଯାଇଛି | ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିନ୍ଦଲ ଷ୍ଟିଲ, ଅନୁଗୁଳର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପ୍ରକଳ୍ପ) ଶ୍ରୀ ଦାମୋଦର ମିତ୍ତଲ ଯୋଗ ଦେଇଥିବା ବେଳେ କର୍ଣ୍ଣେଲ ସୁଦୀପ ମାଜୀ, ଭାଇସ ପ୍ରେସିଡେଣ୍ଟ (ପ୍ରଶାସନ), ଜିନ୍ଦଲ ଷ୍ଟିଲ, ଅନୁଗୁଳ, କର୍ଣ୍ଣେଲ ମାନସ ଖାଡଙ୍ଗା, ଜେନେରାଲ ମ୍ୟାନେଜର, (ପ୍ରଶାସନ), ଜିନ୍ଦଲ ଷ୍ଟିଲ, ଅନୁଗୁଳ, ଶ୍ରୀମତୀ ସୀମା ମଲହାନ, ସଭାପତି, ଜିନ୍ଦଲ ମହିଳା ସମିତି ଏବଂ ଶ୍ରୀମତୀ ଅନୀତା ମିତ୍ତଲ, ସଭାପତି, ଜିନ୍ଦଲ ମହିଳା ସମିତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ |ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ଉତ୍ସବର ଶୁଭାରମ୍ଭ କରିବା ସହ ଭାରତର ଦ୍ଵିତୀୟ ରାଷ୍ଟ୍ରପତି ତଥା ଆଦର୍ଶ ଶିକ୍ଷକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ | ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ମଧ୍ୟ ନୃତ୍ୟ ମାଧ୍ୟମରେ ସେମାନଙ୍କର କଳାତ୍ମକ ଅଭିପ୍ସାକୁ ବ୍ୟକ୍ତ କରିଥିଲେ |ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଶ୍ୱିନୀ କୁମାର ସାହୁ ସ୍ୱାଗତ ଭାଷଣ ଦେବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ | ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କୁ ଅତିଥିମାନେ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଦାମୋଦର ମିତ୍ତଲ ଶିକ୍ଷକମାନଙ୍କ ଉପରେ ନ୍ୟସ୍ତ ବିଶାଳ ଦାୟିତ୍ୱକୁ ମନେ ପକାଇବା ସହ ଶିକ୍ଷାର୍ଥୀମାନଙ୍କ ପାଇଁ ଏକ ଉତ୍ତମ ଶିକ୍ଷଣ ପରିବେଶ ସୃଷ୍ଟି କରିବା ପାଇଁ ତାଙ୍କ ଅଭିଭାଷଣ ମାଧ୍ୟମରେ କହିଥିଲେ । ରାଷ୍ଟ୍ର ନିର୍ମାଣରେ ଶିକ୍ଷକ ମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ଶିକ୍ଷକ ସମାଜକୁ ଛାତ୍ରଛାତ୍ରୀମାନଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ଶ୍ରୀ ମିତ୍ତଲ ତାଙ୍କ ବକ୍ତବ୍ୟ ମାଧ୍ୟମରେ କହିଥିଲେ।ପରିଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷ ଡକ୍ଟର ଅରୁଣ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ପୃଷ୍ଠପୋଷକତାରେ ଓ.ପି. ଜିନ୍ଦଲ ସ୍କୁଲ୍ ବିଶ୍ୱସ୍ତରୀୟ ତଥା ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସର୍ବଦା ପ୍ରତିବଦ୍ଧ ରହି ଆସିଛି ।

Leave a Reply

Your email address will not be published. Required fields are marked *