(କଳାହୀରା ଲାଇଭ ) ଜୁନିଅର ଚାମ୍ୱର ଇଣ୍ଟରନେସନାଲ (ଜେସିଆଇ), ତାଳଚେର ଶାଖା ପକ୍ଷ ରୁ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ହାଟତୋଟା ସ୍ଥିତ ମଙ୍ଗଳ ମନ୍ଦିର ପରିସର ରେ ଆଜି ଉଦ୍ଘାଟିତ ହୋଇଛି। ଘଣ୍ଟା କୁ ୪୦ ଲିଟର କାପାସିଟ ଥିବା ଏହି ପ୍ରକଳ୍ପ କୁ ଯେଶିଆଇ ର ନେସନାଲ ଉପାଧ୍ୟକ୍ଷ ଶୁଭମ୍ ଅଗ୍ରୱାଲ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିକାଶ ଗ୍ରୁପ ର ଅଧ୍ୟକ୍ଷ ଡି ମୂରଲୀ କ୍ରିଷ୍ଣା ଯୋଗ ଦେଇ ତାଳଚେର ଶାଖା ର କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ। ଯେସିଆଇ ର ଜୋନ ସଭାପତି ସ୍ବରାଜ ଥାମ୍ବେ ଏବଂ ପୂର୍ବତନ ଜୋନ ଉପ ସଭାପତି ପ୍ରଣବ ଲାଠ ଯୋଗ ଦେଇ ଏହି ପ୍ରକଳ୍ପ ଦ୍ବାରା ମନ୍ଦିର କୁ ଆସୁଥିବା ସମସ୍ତ ଭକ୍ତ ତଥା ଏହା ମାର୍କେଟ ମଝିରେ ଉପସ୍ଥିତ ହୋଇଥିବା ରୁ ସମସ୍ତ ବ୍ୟବସାୟୀ ମାନଙ୍କ ସଙ୍ଗେ ସଙ୍ଗେ ବଜାର କୁ ଆସୁଥିବା ଯାତ୍ରୀ ମାନେ ମଧ୍ୟ ଥଣ୍ଡା ପାଣି କୁ ଉପଭୋଗ କରି ପାରିବେ ବୋଲି କହିଥିଲେ। ଏହି ପ୍ରକଳ୍ପ ରେ ପାଖାପାଖି ଏକ ଲକ୍ଷ ଟଙ୍କା ବ୍ୟୟ କରାଯାଇ ହେଭି ଡ୍ୟୁଟି ମେସିନ ଲଗା ଯାଇଥିବା ତାଳଚେର ଶାଖା ର ସଭାପତି ମହେଶ ଅଗ୍ରୱାଲ ସୂଚନା ଦେବା ସହ ଏହି ପ୍ରକଳ୍ପ କୁ ସ୍ଥାନୀୟ ଯୁବ ବ୍ୟବସାୟୀ କମଳ ଅଗ୍ରୱାଲ ଏବଂ ଆଶିଷ ଅଗ୍ରୱାଲ ତାଙ୍କ ବାପା ବିଶିଷ୍ଟ ବ୍ୟବସାୟୀ ସ୍ୱର୍ଗୀୟ କୈଳାଶ ଚନ୍ଦ୍ର ଅଗ୍ରୱାଲା ଙ୍କ ସ୍ମୃତି ରେ ନିର୍ମାଣ କରିଥିବା ଜଣାଇ ଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ ତଥା ପୂର୍ବତନ ସଭାପତି ବାସୁଦେବ ସାହୁ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଜେଶିଆଈ ର ପୂର୍ବତନ ସଭାପତି, ପରିଚାଳନା ବୋର୍ଡ ସଦସ୍ୟ ଏବଂ କାର୍ଯ୍ୟକର୍ତ୍ତା ଏଥିରେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ମଙ୍ଗଳା ମନ୍ଦିର କମିଟି ତରଫ ରୁ ମନ୍ଦିର ର ଦୀର୍ଘ ଦିନ ର ପାନୀୟ ସମସ୍ୟା କୁ ଜେଶିଆଈ ପକ୍ଷ ରୁ ଦୂରିଭିତ କରା ଯାଇଥିବା ରୁ ବଜାର କମିଟି ତରଫ ରୁ ଜେସିଆଇ କୁ ସାଧୁବାଦ୍ ଜଣାଇ ଥିଲେ।

