• Thu. Feb 26th, 2026

KalaHira Live

ସଠିକ ନଜର, ନିରପେକ୍ଷ ଖବର

ତାଳଚେର ୱାର୍କିଂ ଜର୍ଣାଲିଷ୍ଟସ ଆସୋସିଏସନ୍ ପକ୍ଷରୁ ଫୋର୍ଥ ପିଲାର ଆୱାଡ ସେରିମନି ଅନୁଷ୍ଠିତ l

Avatar

ByKalahira Live

Nov 18, 2025
Spread the love

କଳାହୀରା ଲାଇଭ :- ଜାତୀୟ ପ୍ରେସ ଦିବସ ଅବସରରେ ତାଳଚେର ୱାର୍କି ଜର୍ଣାଲିଷ୍ଟସ ଆସୋସିଏସନ୍ ପକ୍ଷରୁ ଫୋର୍ଥ ପିଲାର ଆୱାଡ ସେରିମନି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସୁନ୍ଦର ଏବଂ ବର୍ଣାଢ୍ୟ କରିବା ଉଦ୍ଦେଶ୍ୟରେ କୃତିମ ବୁଦ୍ଧିମତ୍ତା ର ଯୁଗରେ ଗଣମାଧ୍ୟମର ଭୂମିକା ସମ୍ପର୍କିତ ଆଲୋଚନା ଚକ୍ରରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଶାର ବିଶିଷ୍ଟ କଥାକାର,ଶିଶୁ ସାହିତ୍ୟିକ ଏବଂ ସ୍ଥମ୍ବକାର ଶ୍ରୀଯୁକ୍ତ ଦାଶ ବେନହୁର ଯୋଗଦେବା ଅବସରରେ କୃତିମ ବୁଦ୍ଧିମତ୍ତାକୁ (ଏଆଇ)କୁ ନେଇ ସମଗ୍ର ଭାରତ ବର୍ଷରେ ଯେଉଁ ଆଶଙ୍କା ଉପୁଜିଛି ତାହା ସକରାତ୍ମକ ଏବଂ ନକରାତ୍ମକ ଏ ଦୁଇଟି ଦିଗକୁ ବୁଝାଏ। ଆମେ ସମସ୍ତେ ନକରାତ୍ମକ କଥାକୁ ସହଜରେ ଗ୍ରହଣ କରିଥାଉ ଏଥିପାଇଁ ଆମ ମନରେ ଶଙ୍କା ଉପୁଜିଥାଏ । ଯେପରି କଟକ ସହରରେ ଅଟୋ ରିକ୍ସା ପ୍ରଚଳନ ଫଳରେ ରିକ୍ସା ବାଲାର ଜିବନ ଜୀବିକା ଉପରେ ଆଶଙ୍କା ଥିଲା ଏବଂ ବୁଡ଼ା ଜାହାଜ ପରିବର୍ତ୍ତେ ଉଡାଜାହାଜର ଆବିର୍ଭାବ, ଏ ସବୁ ଆଶଙ୍କା ଦୂରୀଭୂତ ହୋଇଛି । ଆମେ ଆଜି ବୁଡା ଜାହାଜରେ ପଣ୍ୟଦ୍ରବ୍ଯ ବହୁଳ ମାତ୍ରାରେ ପରିବହନ କରୁଛେ କିନ୍ତୁ ଉଡ଼ାଯାହାଜରେ ଯାତ୍ରା କରିବାକୁ ପସନ୍ଦ କରୁଛେ। ଏସବୁ କାର୍ଯ୍ୟ କୃତିମ ବୁଦ୍ଧିମତାର ପରିଚୟ। ଅନ୍ୟତମ ବକ୍ତା ଭାବେ ବଡ଼ଖବର ଏଵଂ ଦୈନିକ ଖବର କାଗଜ ସମାଲୋଚନାର ସଂପାଦକ ଅର୍ଧେନ୍ଦୁ ଦାସ କହିଲେ ଯେ କୃତିମ ବୁଦ୍ଧିମତ୍ତା କୁ କୌଣସି ପ୍ରକାରରେ ଭୟ କରିବାର ନାହିଁ, ଏହା ଆବାହନମାନ କାଳରୁ ରହିଆସିଛି । କୃତିମ ବୁଦ୍ଧିମତ୍ତା ପାଈଁ ଆମେ ଆଗକୁ ଆଗକୁ ଯାଉଛେ। ଏହି ବୁଦ୍ଧିମତ୍ତାକୁ ପ୍ରୟୋଗ କରିବାରେ ଏକ ପ୍ରଶ୍ନବାଚି ସୃଷ୍ଟି ହୋଇଛି, ଯାହା ଆମ୍ଭମାନଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରୁଛି। ଉଦ୍ଭାବନ କରୁଥିବା ବ୍ୟକ୍ତିତ୍ଵ ତାହାର ଯନ୍ତ୍ରକୁ ନିୟନ୍ତ୍ରଣରେ ରଖିବା ନିହାତି ଜରୁରୀ। ଅନ୍ୟତମ ବିଶିଷ୍ଠ ଅତିଥି ଭାବରେ କଳାହୀରାର ସହର ତାଳଚେର ସହରରେ ପ୍ରଥମ ଥର ପାଇଁ ପ୍ରଦାର୍ପଣ କରି ଏ ଅଂଚଳର ଯୁବ ସମାଜକୁ ଉତ୍ସାହିତ କରିଥିବା ବ୍ୟକ୍ତିତ୍ବ ଅର୍ଗସ ଡିଜିଟାଲ ନ୍ୟୁଜର ସଂପାଦକ ସଂଗ୍ରାମ କେଶରୀ ଷଡ଼ଙ୍ଗୀ ଗୋଟିଏ ପାଣି ବୋତଲକୁ ଦେଖାଇ ସେ ପଚାରିଥିଲେ ଯେ ବୋତଲରେ କେତେ ପାଣି ଅଛି, କିଛି ଉତ୍ତର ମିଳିଥିଲା ଯେ ବୋତଲରେ ଅଧା ପାଣି ଅଛି ଆଉ କିଛି ଉତ୍ତର ମିଳିଥିଲା ଯେ ଅଧା ବୋତଲ ଖାଲି ଅଛି, ଶେଷରେ କିଛି କହିଲେ ବୋତଲରେ ଅଧା ପବନ ଅଛି । ଏ ହେଉଛି (ଏଆଇ)ର ପରିଭାଷା । ଏଆଇ ଆସିବା ଫଳରେ ବେକାରୀ ସୃଷ୍ଟି ହେବେ ନିଶ୍ଚିତ, କିନ୍ତୁ ନିଯୁକ୍ତି ସୁଯୋଗ ଅଧିକ ସୃଷ୍ଟି ହେବ, ତେଣୁ ଆମ ଦେଶର ଆର୍ଥିକ ଅଭିବୃଦ୍ଧି ଏଆଇ ଦ୍ଵାରା ସହାୟକ ହେବ । ଅନ୍ୟତମ ସମ୍ମାନିତ ଅତିଥି ପ୍ରମେୟ ନ୍ୟୁଜର ସହକାରୀ ପରିଚାଳନା ସଂପାଦକ ଇତିଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ମିଡ଼ିଆ ଉପରେ ଏଆଇ ର ପ୍ରଭାବରେ ବହୁ ନିଯୁକ୍ତି ସୁଯୋଗ ହରାଇବା ଆଶଙ୍କା ବହୁ ପରିମାଣରେ କମିଲେ ମଧ୍ୟ ଅଧିକ ସୁଯୋଗ ସୃଷ୍ଟି ହେଉଛି। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟମଣି ମିଶ୍ର ଓ ଅନୁଗୋଳ ସଂଯୁକ୍ତ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ସନ୍ତୋଷ କୁମାର ପ୍ରଧାନ ଯୋଗଦାନ କରି ଆଲୋଚନା ପ୍ରସଙ୍ଗ ଉପରେ ସକାରାତ୍ମକ ମତ ପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଳଚେର ୱାର୍କି ଜର୍ଣାଲିଷ୍ଟସ ଆସୋସିଏସନ୍ ର ଉପଦେଷ୍ଟା ଧୀରମୋହନ ରାୟ ଅଧ୍ୟକ୍ଷତା କରିବା ସହ ମଞ୍ଚ ପରିଚାଳନା କରିଥିଲେ। ସଙ୍ଘର ସଂପାଦକ ସୌଭାଗ୍ୟ ଚନ୍ଦ୍ର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ସଭାପତି ମଦନ ମୋହନ ସାହୁ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ । ଆଲୋଚନାଚକ୍ର ପ୍ରାରମ୍ଭରୁ ନୃତ୍ୟଗୁରୁ ଶଙ୍କର ବାଇଙ୍କ ନେତୃତ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମ, କରୁଣାକର ବାଇଙ୍କ ଅଧ୍ୟକ୍ଷତାରେ ଶଙ୍ଖ, ହୁଳହୁଳି ଓ କବିତା ପାଠୋ ତ୍ସବ ଅନୁଷ୍ଠିତ ହୋଇଥିଲା । ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିତ୍ଵ ମାନଙ୍କୁ କଳା, ସାହିତ୍ୟ, ସମାଜସେବା, ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ସେମାନଙ୍କୁ ପୁରସ୍କୃତ କରଯାଇଥିଲା। ଶେଷରେ ତାଳଚେର ମ୍ୟୁନିସିପାଲିଟିରେ କାର୍ଯ୍ୟରତ ଥିବା ୩୦ଜଣରୁ ଉର୍ଦ୍ଧ ମହିଳା ସଫେଇ କର୍ମଚାରୀମାନଙ୍କୁ ଅତିଥିମାନଙ୍କ ଜରିଆରେ ଶାଢ଼ୀ ବଣ୍ଟନ କରଯାଇଥିଲା।

Leave a Reply

Your email address will not be published. Required fields are marked *