• Thu. Feb 26th, 2026

KalaHira Live

ସଠିକ ନଜର, ନିରପେକ୍ଷ ଖବର

ତାଳଚେର ଫର୍ଟିଲାଇଜର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ l

Avatar

ByKalahira Live

Nov 26, 2025
Spread the love

(କଳାହୀରା ଲାଇଭ) :–ତାଳଚେର ଫର୍ଟିଲାଇଜର ଟାଉନସିପ୍ ସ୍ଥିତ ଭଞ୍ଜ ମଣ୍ଡପ ଠାରେ ଟିଏଫଏଲ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଟିଏଫଏଲ୍ ର ଏମଡି ବିବେକ ଶ୍ରୀବାସ୍ତବ, ଡାଇରେକ୍ଟର ଅପରେସନ୍ ଶ୍ୟାମଲ ରାୟ ଯୋଗଦେଇ ଜଗନ୍ନାଥଙ୍କ ପାଖରେ ଦୀପ ପ୍ରଜ୍ୱଳନ କରିଥିଲେ । ଏହି ସମ୍ମିଳନୀରେ କଂପାନୀର ମୁଖ୍ୟ ପ୍ରବନ୍ଧକ (ସମ୍ପର୍କ) ସୁମନ୍ତ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଦ୍ୟ ସମ୍ବିଧାନ ଦିବସ ହୋଇଥିବାରୁ ମୁଖ୍ୟ ପ୍ରବନ୍ଧକ (ମାନବ ସମ୍ବଳ) ପ୍ରଶାନ୍ତ ରାଉତ ସମସ୍ତ ଉପସ୍ଥିତ ଅତିଥିଙ୍କୁ ନେଇ ସମ୍ବିଧାନର ଶପଥ ପାଠ କରାଇଥିଲେ । ମୁଖ୍ୟ ପ୍ରବନ୍ଧକ ସିଭିଲ୍ ଅଖିଳ ଶତପଥି ପ୍ରକଳ୍ପ ବିଷୟରେ ସମସ୍ତ ସ୍ଥିତି, ଅବସ୍ଥିତି, ବର୍ତମାନ ସୁଦ୍ଧା ଅଗ୍ରଗତି ଓ ଆଗାମୀ ଭବିଷ୍ରତର ଯୋଜନା ସମ୍ବନ୍ଧରେ ଭିଡିଓ ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ । ଏମ୍‌.ଡି. ଶ୍ରୀ ଶ୍ରୀବାସ୍ତବ କହିଲେ ଯେ, ଟିଏଫଏଲ୍ ଏକ ଯୁଗ୍ମ ଭାଗିଦାରୀ କଂପାନୀ ଯୌଥ ଉଦ୍ୟୋଗ ଯଥା-ଗେଲ୍ ଇଣ୍ଡିଆ, କୋଲ୍ ଇଣ୍ଡିଆ, ଆରସିଏଫ୍ ଓ ଏଫସିଆଇଏଲ୍ ପ୍ଲାଂଟ୍ ଉପରେ ହିଁ ଗଢ଼ି ଉଠିଛି । ଏହି ପ୍ରକଳ୍ପ ପୁରାତନ ଏଫସିଆଇଏଲ୍ ପ୍ଲାଂଟ୍ ଉପରେ ହିଁ ଗଢ଼ି ଉଠିଛି । ଏହା ହେଉଛି ଦେଶର ଏକ ମହତ୍ୱକାଂକ୍ଷୀ ତଥା ପ୍ରଥମ କୋଇଲା ଗ୍ୟାସ୍ ଭିତିକ ଆମୋନିଆ ଓ ୟୁରିଆ ସାର ପ୍ରକଳ୍ପ ତଥା ଓଡିଶାର ଏକମାତ୍ର ୟୁରିଆ ସାର କାରଖାନା । ସମ୍ମିଳନୀର ଉଦ୍ଦେଶ୍ୟ, ପ୍ରକଳ୍ପର ସାଂପ୍ରତିକ ସ୍ଥିତି, କାର୍ଯ୍ୟର ଅଗ୍ରଗତି, କାର୍ଯ୍ୟର ପରିସମାପ୍ତି, ନୂତନ ସମୟସୀମା, ଆଗାମୀ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟରେ ଯେଉଁ ସବୁ ଆହ୍ୱାନ ଚାଲେଞ୍ଜ ଆସିଛି ସେ ଗୁଡିକୁ ଆମେ କିପରି ସାମନା କରିଛୁ ଏବଂ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ସବୁ ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ସୂଚନା ଦେଇଥିଲେ । ପ୍ରକଳ୍ପର ପ୍ରାୟ ୭୦% କାମ ସମାପ୍ତ ହୋଇଛି ଏବଂ ପ୍ରମୁଖ ନିର୍ମାଣ କ୍ଷେତ୍ରରେ ଗତିଶୀଳ ପ୍ରଗତି ଲକ୍ଷ୍ୟ କରାଯାଇଛି । ପ୍ରିଲିଂ ଟାୱାର ଚିମିନି ଏବଂ କୋଇଲା ଗ୍ୟାସିଫିକେସନ୍ ଫ୍ରେମ୍ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ସାରିଛି । କୋଇଲା ମିଲିଂ ଫ୍ରେମ୍ ଓ ୟୁରିଆ ପ୍ଲାଂଟ୍ ର ମୁଖ୍ୟ ଫ୍ରେମ୍ ର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଚିଛି । କୋଇଲା ଗ୍ୟାସିଫିକେସନ୍ ଏବଂ ଆମୋନିଆ, ୟୁରିଆ ୟୁନିଟ୍ ପାଇଁ ସମସ୍ତ ଆବଶ୍ୟକୀୟ ଉପକରଣ କାରଖାନା ପରିସର ଭିତରେ ପହଂଚିଛି । ୩ଟି ବଏଲର ରୁ ୨ ଟି ର ଯାନ୍ତ୍ରୀକ ନିର୍ମାଣ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି । ଅଫ୍‌ସାଇଟ୍ ଓ ୟୁଟିଲିଟି ପ୍ୟାକେଜ୍ ଗୁଡିକ ଶୀଘ୍ର ଗତିରେ ଚାଲିଛି । ରେଲୱେ ସାଇଡିଂ ଏବଂ ପାଣି ପାଇପ୍ ଲାଇନ୍ କାମ ଶେଷ ପର୍ଯ୍ୟାୟରେ ପହଂଚିଛି । ଏହି ସଫଳତା ଠିକାଦାରମାନଙ୍କ ସହଯୋଗ ପ୍ରଯୁକ୍ତି ଲାଇସେନସ୍‌ଦାତା ଏବଂ ପ୍ରକଳ୍ପ ର ଅଂଶୀଦାର କଂପାନୀ ମାନଙ୍କର ଏକତ୍ର ସମନ୍ୱିତ ପ୍ରୟାସର ଫଳଶ୍ରୁତି ହୋଇପାରିଛି । ଚଳିତ ୨୦୨୫ ସେପ୍ଟେମ୍ବର ମାସ ୨୬ ତାରିଖରେ ତାଳଚେରରେ ଟ.୧୨,୨୫୦ କୋଟି ଟଙ୍କାର ଋଣ ଚୁକ୍ତିପତ୍ର ସହ ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଅତିକ୍ରମ କରିଛି ବୋଲି କହିଥିଲେ ଏବଂ ପରବର୍ତିକାଳରେ ୧୮ ଅକ୍ଟୋବର ୨୦୨୫ ରେ ଟିଏଫଏଲ୍ ଓ ତାହାର ପ୍ରୋତ୍ସାହକଙ୍କ ସହ ମିଶି ଚୁକ୍ତି ସ୍ୱାକ୍ଷର କରାଯାଇଛି । ଏ ପ୍ରକଳ୍ପର ସଫଳତା ନିମିତ କେନ୍ଦ୍ର ସରକାର, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ଉପଖଣ୍ଡ ପ୍ରଶାସନ, ସାଂସଦ, ବିଧାୟକ, ପଂଚାୟତ ପ୍ରତିନିଧି ସମୂହଙ୍କର ଅକୁଣ୍ଠ ସମର୍ଥନ ମିଳିବା ସହ ସମସ୍ତ ସାମ୍ବାଦିକଙ୍କର ସହଯୋଗ କାମନା କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସିଇଓ ସୁନିଲ୍ ପେଭକରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶେଷରେ ମାନବ ସମ୍ବଳ ବିଭାଗ ମୁଖ୍ୟ ଅନନ୍ତ ଆଚାର୍ଯ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *