କଳାହୀରା ଲାଇଭ :- ହିନ୍ଦୁ ଧର୍ମର ପ୍ରଚାର ଓ ସମାଜସେନା ମୁଖ୍ୟ ଲକ୍ଷ ନେଇ ତାଳଚେର ସତ୍ୟ ସନାତନୀସଂଗଠନର ଏକ ବୈଠକ ଓ ନୂତନ କର୍ମକର୍ତା ଚୟନ ସ୍ଥାନୀୟ ପଶ୍ଚିମେଶ୍ଵର ଆମ୍ବତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ପଦ୍ମନ ଜେନାଙ୍କ ସଭାପତିତ୍ରରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ଉପସଭାପତି ମନୋଜ କୁମାର ପ୍ରଧାନ ଯୋଗଦେଇ ସନାତନ ଧର୍ମର ମହତ୍ଵ ଓ ଐତିହ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସନାତନ ଧର୍ମ କେବଳ ଏକ ଧର୍ମ ନୁହେଁ ବରଂ ଏହା ଜୀବନ ଯାପନର ଏକ ମାର୍ଗ ଯାହା ସେବା, ସତ୍ୟ ଓ ମାନବତାର ଶିକ୍ଷା ଦେଇଥାଏ ବୋଲି କହିଥିଲେ ଏବଂ ଉପସ୍ଥିତ ବୁଦ୍ଧିଜୀବୀ, ବରିଷ୍ଠ କର୍ମକର୍ତା ଓ ସମାଜସେବୀମାନେ ସଂଗଠନର କାର୍ଯ୍ୟକଳାପକୁ ସମର୍ଥନ କରି ଏହାକୁ ଆହୁରୀ ସକ୍ରୀୟ ଓ ସୁସଂଗଠିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ସତ୍ୟ ସନାତନୀ ସଂଗଠନର ମୂଳ ଲକ୍ଷ୍ୟ, ହିନ୍ଦୁ ଧର୍ମର ପ୍ରଚାର ଓ ପ୍ରସାର, ଗରୀବ ଅସହାୟ ଲୋକମାନଙ୍କୁ ସେବା ଯୋଗାଇବା, ଗୋସେବା, ରକ୍ତଦାନ ଶିବିର ସହିତ ସମାଜର ହିତରେ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ କାର୍ଯ୍ୟକାରୀ କରିବା ଉପରେ ଆଲୋଚନା କରାଯିବା ସହିତ ସମସ୍ତ ସଦସ୍ୟ ଶପଥ ପାଠ କରିଥିଲେ । ଏହି ଅବସରରେ ଆଗାମୀ ୩ ବର୍ଷ ପାଇଁ ନୂତନ କର୍ମକର୍ତା ଚୟନ କରଯାଇଥିଲା । ନୂତନ ସଭାପତି ଭାବେ ପଦ୍ମନ ଜେନାଙ୍କୁ ଚୟନ କରାଯାଇଥିବାବେଳେ କାର୍ଯ୍ୟକାରୀ ସଭାପତି ଭାବେ ଉର୍ମିଳା ଦେହୁରୀ, ସାଧାରଣ ସଂପାଦକ ଭାବେ କୃତି ସୁନ୍ଦର ମହାରଣା, ଉପସଭାପତି ଭାବେ ଆଶିଶ ମିଶ୍ର, କୋଷାଧ୍ୟକ୍ଷ ଭାବେ ତନ୍ମୟ କୁମାର ସିଂ, ସହ ସଂପାଦକ ଭାବେ ପ୍ରତିମା ମିଶ୍ର, ସମୀକ୍ଷକ ଭାବେ ସନ୍ତୋଷ ସାହୁ, ଉପଦେଷ୍ଟା ଭାବେ ନଗରପାଳ ପବିତ୍ର ଭୂତିଆ, କସ୍ମିନ ପ୍ରଧାନ, ଚୈତନ୍ୟ ପ୍ରଧାନ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ ସଂଜୟ ମହାପାତ୍ର, ସୌଭାଗ୍ୟ ଚନ୍ଦ୍ର ସାହୁ, ରାକେଶ ଆଚାର୍ଯ୍ୟ, ସଂଜୀବ କୁମାର ସାଓ, ଉଷାରାଣୀ ଦାସ ଓ ଲକ୍ଷ୍ମୀଧର ଦାସ ପ୍ରମୁଖଙ୍କୁ ଚୟନ କରାଯାଇଛି । ଏହି ଅବସରରେ ପୂର୍ବତନ ସୈନିକ ମଳୟ କୁମାର ଜେନା ଓ ସଫଳ ଚାଷୀ ଦୁର୍ଯ୍ୟୋଧନ ସାହୁଙ୍କୁ ସମ୍ବନ୍ଧିତ କରାଯାଇଥିଲା । ଆଜିର ଏହି ବୈଠକରେ ସଂଗଠନର ବହୁ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

